ରେଷ୍ଟୁରାଣ୍ଟରେ ଦୋସା ଖାଇଲେ ରାହୁଲ। ପାଟନା କୋର୍ଟରୁ ଫେରିବା ବେଳେ ସାଧାରଣ ରେଷ୍ଟୁରାଣ୍ଟରେ ବସି ଦୋସା ଓ କଫିର ମଜା ନେଲେ

ରାହୁଲଙ୍କୁ ପାଖରେ ପାଇ କଥାହୋଇ ସେଲଫି ନେଲେ ଉପସ୍ଥିତ ଲୋକେ

283

କନକ ବ୍ୟୁରୋ: ରେଷ୍ଟୁରାଣ୍ଟରେ ବସି ଦୋସା ଖାଇଲେ ରାହୁଲ । ସୋସିଆଲ ମିଡିଆରେ ରାହୁଲଙ୍କ ଏହି ଭିଡିଓ ଭାଇରାଲ ହେଉଛି । ଗତକାଲି ରାହୁଲ ମାନହାନୀ ମାମଲା ହାଜର ହେବାକୁ ପାଟନା କୋର୍ଟ ଯାଇଥିଲେ । ଏହି ଅବସରରେ ଭୋକ ଲାଗିବାରୁ ପାଖରେ ଥିବା ଏକ ରେଷ୍ଟରାଣ୍ଟକୁ ପଶି ଯାଇଥିଲେ ରାହୁଲ । ରେଷ୍ଟରାଣ୍ଟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଦୋସା ଖାଇ କଫି ମଧ୍ୟ ପିଇଥିଲେ । ଦିନ ଦ୍ୱିପହରରେ ରେଷ୍ଟୁରାଂଟରେ ରାହୁଲଙ୍କ ପହଞ୍ଚିବା ଦେଖି ସେଠାରେ ଖାଉଥିବା ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିଥଲେ ।

ରାହୁଲଙ୍କୁ ପାଖରେ ପାଇ ଲୋକେ ତାଙ୍କ ସହ ସେଲଫି ନେଉଥିବା ଦେଖିବାକୁ ମିଳିଛି । ରାହୁଲ ରେଷ୍ଟୁରାଂଟରେ ଥିବା ଲୋକଙ୍କ ସହ କଥାବାର୍ତା ମଧ୍ୟ କରିଛନ୍ତି । ତେବେ ରାହୁଲଙ୍କ ସାଧାରଣ ଲୋକଙ୍କ ସହ ମିଳାମିଶା ଓ ନିରାଡମ୍ବର ଜୀବନ ଯାପନ ଶୈଳୀକୁ ବହୁତ ଲୋକ ପସନ୍ଦ କରିଛନ୍ତି । ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ଦିଲ୍ଲୀର ଏକ ସିନେମା ହଲରେ ସାଧାରଣ ଲୋକଙ୍କ ସହ ବସି ଫିଲ୍ମ ଆର୍ଟିକଲ-୧୫ ଦେଖିଥିଲେ । ଯାହାକୁ ନେଇ ରାହୁଲ ଗାନ୍ଧୀଙ୍କୁ ସୋସିଆଲ ମିଡିଆ ୟୁଜର୍ସ ବେଶ ପ୍ରଶଂସା କରିଥିଲେ ।