ଯାହା କହିବାର ଇଚ୍ଛା କୁହନ୍ତୁ, କିନ୍ତୁ ଆମେ ଇଣ୍ଡିଆ । ମୋଦୀଙ୍କ ବୟାନକୁ ନେଇ କଡା ଜବାବ ଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ଯାହା କହିବାର ଇଚ୍ଛା କୁହନ୍ତୁ, କିନ୍ତୁ ଆମେ ଇଣ୍ଡିଆ । ମୋଦୀଙ୍କ ବୟାନକୁ ନେଇ କଡା ଜବାବ ଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

କନକ ବ୍ୟୁରୋ : ବିରୋଧୀ ମେଣ୍ଟର ଇଣ୍ଡିଆ ନାଁକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କଟାକ୍ଷ କରିବା ପରେ ଏହାର ଜବାବ ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଟ୍ୱିଟ୍ କରି ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଆପଣ ଯାହା ଇଚ୍ଛା କୁହନ୍ତୁ ନା କାହିଁକି, କିନ୍ତୁ ଆମେ ଇଣ୍ଡିଆ । ଆମେ ମଣିପୁରକୁ ଠିକ୍ କରିବାକୁ ଏବଂ ସମସ୍ତ ମହିଳା ଓ ଶିଶୁଙ୍କ ଆଖିରୁ ଲୁହ ପୋଛିବାରେ ସାହାଯ୍ୟ କରିବୁ । ଆମେ ରାଜ୍ୟର ସବୁ ଲୋକଙ୍କ ପାଖକୁ ପୁଣିଥରେ ଭଲପାଇବା ଓ ଶାନ୍ତି ଫେରାଇ ଆଣିବୁ । ଆମେ ମଣିପୁରରେ ଭାରତର ପୁନଃନିର୍ମାଣ ପାଇଁ ବିଚାର କରିବୁ ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଇଣ୍ଡିଆ ନାଁ ରଖିଲେ କିଛି ହୋଇଯିବ ନାହିଁ । ଇଣ୍ଡିଆନ୍ ମୁଜାହିଦ୍ଦିନ୍ ଓ ଇଷ୍ଟ ଇଣ୍ଡିଆ କମ୍ପାନୀରେ ବି ଇଣ୍ଡିଆ ନାଁ ଥିବା କହି ବିରୋଧୀଙ୍କୁ କଟାକ୍ଷ କରିଛନ୍ତି । ବିଜେପି ସଂସଦୀୟ ଦଳକୁ ସମ୍ବୋଧନ କରି ମୋଦୀ କହିଛନ୍ତି ବିରୋଧୀ ଏବେ ଦିଗହରା ଓ ହତାଶ ହୋଇପଡ଼ିଛନ୍ତି । ପୂର୍ବରୁ ବିରୋଧୀ ଏପରି ଦିଗହରା ହୋଇଥିବା ସେ କେବେ ଦେଖିନାହାନ୍ତି ବୋଲି ମୋଦୀ କହିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଏପରି ଲାଗୁଛି ଯେ, ଦୀର୍ଘ ସମୟ ଧରି ବିରୋଧୀଙ୍କ ସରକାରକୁ ଆସିବାର ଇଚ୍ଛା ନାହିଁ । ଅଧିବେଶନ ଆରମ୍ଭ ପୂର୍ବରୁ ବିଜେପି ସଂସଦୀୟ ଦଳର ବୈଠକ ବସିଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସେପଟେ ସଂସଦର ମୌସୁମୀ ଅଧିବେଶନରେ ମଣିପୁର ଘଟଣାକୁ ନେଇ ହୋହଲ୍ଲା ଲାଗି ରହିଛି । ଏହି ଘଟଣାରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଆସୁଛନ୍ତି । ଏହା ସହ ଏହି ପ୍ରସଙ୍ଗରେ ସଂସଦରେ ଆଲୋଚନା କରିବାକୁ ଦାବି କରୁଛନ୍ତି ବିରୋଧୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe