ଜିଦରେ ଅଟଳ ରାହୁଲ୍ ! କଂଗ୍ରେସ ଅଧ୍ୟକ୍ଷ ପଦରୁ ଦେବେ ଇସ୍ତଫା ଦେବେ, ମନାଇବାରେ ୫୧ ସାଂସଦ ବିଫଳ

232

କନକ ବ୍ୟୁରୋ : ଅଡ଼ି ରହିଲେ ରାହୁଲ ଗାନ୍ଧୀ । କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ରାହୁଲ । କଂଗ୍ରେସର ୫୧ ସଂସଦଙ୍କ କଥାରେ ବି ମାନିଲେ ନାହିଁ ରାହୁଲ । ଇସ୍ତାଫା ନିଷ୍ପତିରେ ଅଟଳ ରହିବା ସହ ସ୍ପଷ୍ଟ କଲେ ଅଧ୍ୟକ୍ଷ ପଦରେ ସମ୍ଭାଳିବି ନାହିଁ । ରାହୁଲଙ୍କୁ ଇସ୍ତାଫା ଫେରାଇ ନେବାରେ ମନାଇବାରେ ଫେଲ୍ ମାରିଲେଣି ୫୧ ସାଂସଦ । ଏହାକୁ ନେଇ ଦିଲ୍ଲୀରେ ଆଜି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଏହି ବୈଠକରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧି, ୫୧ ସାଂସଦଙ୍କ ସହିତ ଉପସ୍ଥିତ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ ସମସ୍ତ ସାଂସଦଙ୍କୁ କହିଛନ୍ତି ସେ ଆଉ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବେ ନାହିଁ । କଂଗ୍ରେସ ସାଂସଦ ଶଶୀ ଥରୁର କିନ୍ତୁ ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବା ନେଇ ଯୁକ୍ତି ଦର୍ଶାଇଛନ୍ତି । ବରିଷ୍ଠ କଂଗ୍ରେସ ନେତାଙ୍କ ଅନୁରୋଧ ସତ୍ୱେ ନିଷ୍ପତିରେ ଅଟଳ ରହିଲେ ।

ଲୋକସଭା ନିର୍ବାଚନରେ କଂଗ୍ରେସକୁ ମିଳିଥିବା ବଡ ପରାଜୟର ନୈତିକ ଦାୟିତ୍ୱ ଏବେ ରାହୁଲ ନିଜ ମୁଣ୍ଡକୁ ନେଇ ଅଧ୍ୟକ୍ଷ ପଦ ଛାଡିବା ଜିଦରେ ଅଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ସାରା ଦେଶରେ ମାତ୍ର ୫୨ ସିଟରେ ସୀମିତ ରହିଥିଲା । ୨୦୧୪ ଲୋକସଭା ନିର୍ବାଚନରେ ଦଳ ମାତ୍ର ୪୪ ଆସନକୁ ଖସି ଆସିଥିଲା । ତେବେ ୨୦୧୭ ଡିସେମ୍ୱରରେ ରାହୁଲ ଗାନ୍ଧିଙ୍କ ହାତରେ କଂଗ୍ରେସ ଅଧ୍ୟକ୍ଷ ଭାର ଦେଇ ଦଳର ଭାଗ୍ୟ ବଦଳିବା ନେଇ ଆଶା ରଖିଥିଲା । ହେଲେ ଏଥର ବି ମୋଦିଙ୍କ ଆଗରେ ସବୁ କିଛି ଫେଲ୍ ମାରିଛି । ଏପରିକି ରାହୁଲ ନିଜର ପାରମ୍ପରିକ ଆମେଠି ଆସନରେ ବି ସ୍ମୃତି ଇରାନୀଙ୍କ ଠାରୁ ପରାସ୍ତ ହୋଇଛନ୍ତି ।

ୱାଏନାଡରୁ ଜିତିଥିବାରୁ ଏବେ ସଂସଦରେ ପ୍ରବେଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ତେବେ ରାହୁଲଙ୍କ ଅଧ୍ୟକ୍ଷ ଦାୟିତ୍ୱ କଂଗ୍ରେସକୁ ଜୀବନ୍ୟାସ ଦେଇପାରିଲାନି । ଯାହାକୁ ନେଇ ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଜିଦ୍ ଧରିଛନ୍ତି । ଯଦି ଏପରି ହୁଏ ତେବେ ନେହରୁ  ଗାନ୍ଧି ପରିବାର ବାହାରୁ ଦଳ ଅନ୍ୟ କୌଣସି ନେତାଙ୍କୁ କଂଗ୍ରେସ ସଭାପତି ଭାବେ ନିର୍ବାଚିତ କରିପାରେ । ଆଜିର ବୈଠକରେ ଏନେଇ କିଛି ସ୍ପଷ୍ଟ ଚିତ୍ର ଆସିବା ଆଶା କରାଯାଉଛି ।