କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛାଡିଲେ ସରକାରୀ ବଙ୍ଗଳା । ସରକାରୀ ବାସଭବନ ଛାଡିବା ପରେ ମା ସୋନିଆ ଗାନ୍ଧୀଙ୍କ ବାସଭବନକୁ ଯାଇଛନ୍ତି ରାହୁଲ । ସରକାରୀ ବଙ୍ଗଳା ଖାଲି କରିବା ପରେ ଏହାର ଚାବିକୁ ସେ ଲୋକସଭା ସଚିବାଳୟ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । ଘରୁ ନିଜର ସମସ୍ତ ଆସାବପତ୍ର ଖାଲି କରିବା ପରେ ଏଠାକାର କର୍ମଚାରୀ ମାନଙ୍କୁ ହାତ ମିଳାଇ ବିଦାୟ ନେଇଥିଲେ ରାହୁଲ ।

Advertisment

ଏପ୍ରିଲ ୧୪ ତାରିଖରୁ କ୍ରମଶଃ ଘରର ଆସାବାପତ୍ର ଖାଲି କରିବା ଆରମ୍ଭ କରିଥିଲେ ରାହୁଲ । ଏପ୍ରିଲ ୨୨ ଥିଲା ଘର ଖାଲି କରିବାକୁ ଶେଷ ଦିନ । ଶନିବାର ଭଉଣୀ ପ୍ରିୟଙ୍କା ଗାନ୍ଧୀ ଓ ଦଳର କିଛି ବରିଷ୍ଠ ନେତାଙ୍କ ସହ ପହଁଚିଥିଲେ ରାହୁଲ ଓ ବାସଭବନ ଖାଲି କରିଥିଲେ । ମୋଦୀ ସରନେମ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲଙ୍କ ସଦସ୍ୟତା ପଦ ରଦ୍ଧ ହୋଇଥିଲା । ପରେ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।