କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ବ୍ରେକଫାଷ୍ଟ ପଲିଟିକ୍ସ । ସଂସଦ ଅଧିବେଶନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବୈଠକ । ଦିଲ୍ଲୀର କନଷ୍ଟିଚ୍ୟୁସନ୍ ହଲରେ ଚାଲିଥିବା ବୈଠକରେ ଏକାଠି ହେଲେ ପ୍ରାୟ ୧୫ଟି ବିରୋଧୀ ଦଳ । କଂଗ୍ରେସ, ଏନସିପି, ଶିବସେନା, ଆରଜେଡି, ଟିଏମସି ପ୍ରମୁଖ ଦଳ ସାମିଲ ହୋଇଥିଲେ । ସଂସଦର ମୌସୁମୀ ଅଧିବେଶନରେ ପେଗାସସ୍ ମାମଲାକୁ ନେଇ ବିରୋଧୀ ଜାରି ରହିଛି ।

Advertisment

ବିରୋଧୀ ଏହି ମାମଲାରେ ଚର୍ଚ୍ଚା କରିବାକୁ ଚାହୁଁଛି । ବିରୋଧୀ ନେତା କହିଛନ୍ତି ସମସ୍ତଙ୍କୁ ଏକାଠି ହେବାର ଆବଶ୍ୟକତା ରହିଛି । ସଂସଦ ପର୍ଯ୍ୟନ୍ତ ସାଇକେଲ ଯାତ୍ରା କରିବେ । କଂଗ୍ରେସ ନେତା ମଲ୍ଲିକାର୍ଜୁନ୍ ଖଡଗେ କହିଛନ୍ତି, ସରକାର ଆମ କଥା ଶୁଣୁନାହାନ୍ତି । ସଡକରୁ ନେଇ ସଂସଦ ପର୍ଯ୍ୟନ୍ତ ଲଢେଇ କରିବାକୁ ପଡ଼ିବ । କରୋନା ନେଇ ଯେପରି ଚର୍ଚ୍ଚା ହେଉଛି, ପେଗାସସ୍ ମାମଲାରେ ମଧ୍ୟ ସେହିପରି ଚର୍ଚ୍ଚା ହେବା ଆବଶ୍ୟକ ।