ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ । ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାହୁଲ, ୨ ବର୍ଷ ସଜା କାରଣରୁ ସାଂସଦ ପଦ ହେଲା ରଦ୍ଦ ।

1,119

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ରଦ୍ଦ । ଲୋକସଭା ସଚିବାଳୟରୁ ଏନେଇ ଜାରି ହୋଇଛି ନୋଟିସ । ମାନହାନି ମାମଲାରେ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିବା ସ୍ପଷ୍ଟ ହୋଇଛି । ଗତକାଲି ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ତେବେ ରାହୁଲଙ୍କୁ ତୁରନ୍ତ ଜାମିନ ମଧ୍ୟ ମିଳିଯାଇଥିଲା । ତେବେ ୨ ବର୍ଷ ସଜା ହୋଇଥିବାରୁ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ହୋଇଛି ।

ରାହୁଲ ଗାନ୍ଧୀ ଗତ ୨୦୧୯ ସାଧାରଣ ନିର୍ବାଚନରେ ଏକ ପ୍ରଚାର ସଭାରେ କହିଥିଲେ, ନୀରବ ମୋଦୀ, ଲଳିତ ମୋଦୀ ଓ ନରେନ୍ଦ୍ର ମୋଦୀଙ୍କ ସରନେମ ସମାନ କାହିଁକି? ସବୁ ଚୋରଙ୍କ ସରନେମ କଣ ମୋଦୀ କାହିଁକି ହୋଇଥାଏ? ଏହି ବୟାନକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରିଥିଲେ । ଯାହାର ଚୂଡାନ୍ତ ଶୁଣାଣି ଗତକାଲି ହୋଇଥିଲା । ଯେଉଁଥିରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ୨ ବର୍ଷର ଜେଲ ଦଣ୍ଡ ହୋଇଥିଲା । ତେବେ ତୁରନ୍ତ ରାହୁଙ୍କୁ ଜାମିନ ମଧ୍ୟ ମିଳିଥିଲା ।