ଟ୍ରାକ୍ଟର ଚଲେଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଜସ୍ଥାନ ଗସ୍ତ ବେଳେ ଦେଖିବାକୁ ମିଳିଲା ନୂଆ ଅବତାର

115

କନକ ବ୍ୟୁରୋ: ଟ୍ରାକ୍ଟର ଚଳାଇଲେ ରାହୁଲ ଗାନ୍ଧୀ । ରାଜସ୍ଥାନ ଗସ୍ତ ବେଳେ ରାହୁଲଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି । ରାହୁଲ ଗାନ୍ଧୀ ଆଜି ଅଜମେର ଓ ନାଗୋର ଦୁଇଟି ଜିଲ୍ଲା ଗସ୍ତ କରି ଟ୍ରାକ୍ଟର ଓ ଟ୍ରଲି ରାଲିରେ ଭାଗ ନେଇଥିଲେ । ଶତାଧିକ ଚାଷୀ ଟ୍ରାକ୍ଟର ସହ ରୁପନଗଡରେ ଆୟୋଜିତ ରାଲିରେ ଯୋଗ ଦେଇଥିଲେ । ଟ୍ରାକ୍ଟର ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ନୂଆ କୃଷି ଆଇନ ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି । ରାହୁଲ କହିଛନ୍ତି ଚାଷୀଙ୍କ ସହ ସେ ଓ କଂଗ୍ରେସ ଦଳ ସବୁବେଳେ ଛିଡା ରହିବ । ଏହାସହ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ଜନସଭାକୁ ସମ୍ବୋଧିତ କରିବା ପୂର୍ବରୁ ଟ୍ରାକ୍ଟର ଚଳାଇ ସଭାସ୍ଥଳରେ ପହଁଚିଥିଲେ ରାହୁଲ । ଅଜମେର ରୂପନଗଡରେ ଆୟୋଜିତ ହୋଇଥିଲା ଏହି ରାଲି । କଡା ସୁରକ୍ଷା ବଳୟ ଭିତରେ ରାହୁଲ ଟ୍ରାକ୍ଟର ଚଳାଇଥିଲେ । ମୁହଁରେ ମାସ୍କ ଓ ମୁଣ୍ଡରେ ରାଜସ୍ଥାନର ପାରମ୍ପରିକ ପଗଡି ପିନ୍ଧି ରାହୁଲ ଟ୍ରାକ୍ଟର ଚଳାଉଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।