ସୀମା ବିବାଦକୁ ନେଇ ମୋଦୀଙ୍କ ଉପରେ ବର୍ଷିଲେ ରାହୁଲ । କହିଲେ, ଚୀନ ବିରୋଧରେ ଠିଆ ହେବାକୁ ମୋଦୀ ଭୟ କରୁଛନ୍ତି ।

137

କନକ ବ୍ୟୁରୋ: ଚୀନ୍ ସହ ସୀମା ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀଙ୍କୁ ଭୀରୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଭାରତ ଚୀନ ସୀମା ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ମୋଦୀଙ୍କୁ ଭୀରୁ ବୋଲି କହିବା ସହ ଚୀନ୍ ବିରୋଧରେ ଠିଆ ହେବାକୁ ମୋଦୀ ଭୟ କରୁଥିବା କହିଛନ୍ତି ରାହୁଲ । ଏହାସହ ଭାରତୀୟ ଜମିକୁ ଚୀନ ହାତକୁ ଟେକି ଦେଇଥିବା ଅଭିଯୋଗ ଆଣିଛନ୍ତି । ରାହୁଲଙ୍କ ଏପରି ଅଭିଯୋଗର ଜବାବ ରଖିଛି ବିଜେପି ।