ପ୍ରଥମ ମାଡ଼ ମାରିଲେ, ପୁଣି କ୍ଷମା ମାଗିଲେ । ପାକିସ୍ତାନୀ ଗାୟକ ରାହତ ଫତେ ଅଲି ଖାନ, ନିଜ ଛାତ୍ରଙ୍କୁ ବାଡ଼ୋଉଥିବାର ଭିଡିଓ ଭାଇରାଲ

ପ୍ରଥମ ମାଡ଼ ମାରିଲେ, ପୁଣି କ୍ଷମା ମାଗିଲେ । ପାକିସ୍ତାନୀ ଗାୟକ ରାହତ ଫତେ ଅଲି ଖାନ, ନିଜ ଛାତ୍ରଙ୍କୁ ବାଡ଼ୋଉଥିବାର ଭିଡିଓ ଭାଇରାଲ

କନକ ବ୍ୟୁରୋ : ନିଜ ଛାତ୍ରଙ୍କୁ ମାଡ଼ ମାରିଲେ, ପୁଣି ପରେ କ୍ଷମା ମାଗିଲେ । ଛାତ୍ରଙ୍କୁ ମାଡ଼ ମାରୁଥିବାର ଭିିଡିଓ ଭାଇରାଲ ହେବା ପରେ ସଫେଇ ରଖି କ୍ଷମା ମାଗିଛନ୍ତି ପାକିସ୍ତାନୀ ଗାୟକ ରାହତ ଫତେ ଅଲି ଖାନ । ଛାତ୍ରଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ ହେବା ପରେ ରାହତ ଫତେ ଅଲ୍ଲୀଖାନ କହିଛନ୍ତି କି, ଏହା ତାଙ୍କର ବ୍ୟକ୍ତିଗତ ମାମଲା । ଭିଡିଓରେ ଦେଖିବାକୁ ମିିଳିଥିଲା କି, ଫତେ ଅଲ୍ଲୀଖାନ ଲୋକପ୍ରୀୟ କୱାଲୀ ଗାୟକଙ୍କୁ ବୋତଲ ବାବଦରେ ପଚରାଉଚରା କରିବା ସହ ବାରମ୍ବାର ମାଡ ମାରୁଛନ୍ତି । ହେଲେ ମାଡ ଖାଉଥିବା ଗାୟକ ଜଣଙ୍କ ବାରମ୍ବାର କହୁଛନ୍ତି କି, ସେ ବୋତଲ ବାବଦରେ କିଛି ଜାଣି ନାହାଁନ୍ତି । ଦ୍ୱିତୀୟ ଭିଡିଓରେ କିଛି ଲୋକ ମାଡ ଖାଉଥିବା ସଗିୀତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି ।

ପାକିସ୍ତାନୀ ସମା ଟିଭି ମାଡ ଖାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଛି । ଟିଭି ତରଫରୁ କୁହାଯାଇଛି କି, ଗାୟକଙ୍କ ମଧ୍ୟରେ ଏଭଳି ହିଂସକ ବ୍ୟବହାର ଚିନ୍ତାଜନକ ପ୍ରବୃତି ଅଟେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe