ଆଜି ବାରିପଦାରେ ଉଦଘାଟିତ ହେବ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ! ଉପକୃତ ହେବେ ଉତ୍ତର ଓଡ଼ିଶା ବାସୀ

82

କନକ ବ୍ୟୁରୋ : ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ୪୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିିବ । ବାରିପଦାରେ ଉଦଘାଟିତ ହେବ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ । ଦୀର୍ଘ ୪୦ ବର୍ଷ ଧରି ମୟୂରଭଞ୍ଜ ବାସୀଙ୍କ ଆନ୍ଦୋଳନ ପରେ ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଏଥିପାଇଁ ରଙ୍ଗମାଟିଆରେ ପ୍ରସ୍ତୁତି ଏକରକମ ଶେଷ ହୋଇଛି । ରଘୁନାଇ ମୁର୍ମୁ ମେଡିକାଲ କଲେଜର ଉଦଘାଟନ ପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ କଲେଜ କର୍ତୁପକ୍ଷ ସମସ୍ତେ ଏବେ ଉତ୍ସାହିତ । ଆଜି ସାଢେ ୧୧ ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ପଞ୍ଚମ ସରକାରୀ ମେଡିକାଲ କଲେଜ ଭାବେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ଲୋକାର୍ପିତ କରିବେ ନବୀନ ପଟ୍ଟନାୟକ ।

ଲୋକାର୍ପଣ ପରେ ଆଜିଠାରୁ ହିଁ ଆରମ୍ଭ ହେବ ପ୍ରଥମ ବର୍ଷର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ସମସ୍ତ ଶହେ ସିଟ୍ ପାଇଁ ନାମଲେଖା ସରିଥିବା ବେଳେ ୩୩ଜଣ ଛାତ୍ରୀ ଓ ୬୭ ଜଣ ଛାତ୍ର ନାମ ଲେଖାଇଛନ୍ତି । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଦ୍ୱାରା କେବଳ ମୟୂରଭଞ୍ଜ ନୁହଁ ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଲୋକ ବେସ୍ ଉପକୃତ ହେବେ । ସେଥିପାଇଁ ପଡୋଶୀ ରାଜ୍ୟର ଜିଲ୍ଲା ମାନଙ୍କରେ ମଧ୍ୟ ଲୋକଙ୍କ ମଧ୍ୟରେ ବେସ୍ ଉତ୍ସାହ ପ୍ରକାଶ ପାଇଛି ।

ଏହି ମେଡିକାଲକୁ ନେଇ ପୂର୍ବରୁ ମଧ୍ୟ ବହୁ ବିବାଦ ଦେଖାଦେଇଛିା ପୂର୍ବରୁ ଏହି ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ଏମସିଆଇ ଅନୁମତି ଦେଇ ନଥିଲେ । ଏମସିଆଇର ଏହି ନିଷ୍ପତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ମାଣ୍ଡେଟେଡ୍ ଓଭରସାରଇଟ୍ କମିଟିର ଦ୍ୱାରସ୍ଥ ହୋଇଥିଲେ ରାଜ୍ୟ ସରକାର । ଏମସିଆଇ ଟିମ୍ ଭିତିଭୂମି ଅନୁଧ୍ୟାନ କରି ରିପୋର୍ଟ ଦେବାରେ ବିଳମ୍ବ ଯୋଗୁଁ ନାମ ଲେଖା ଅନୁମତିକୁ ନେଇ ବିବାଦ ଦେଇଥିଲା । ଯାହାକୁ ନେଇ ସୁପ୍ରିମକୋର୍ଟ ମାଣ୍ଡେଟେଡ୍ ଓଭରସାରଇଟ୍  କମିଟିଙ୍କ ଦ୍ୱାରସ୍ଥ ହୋଇଥିଲେ ରାଜ୍ୟ ସରକାର । ପରେ ସୁପ୍ରିମକୋର୍ଟ ମାଣ୍ଡେଟେଡ୍ ଓଭରସାରଇଟ କମିଟି ଏହାର ତଦନ୍ତ କରି ମେ ୧୪ ତାରିଖରେ ଏହି ମେଡିକାଲ କଲେଜରେ ନାମ ଲେଖାପାଇଁ ଅନୁମତି ଦେଇଥିଲେ ।

ଗତ କିଛିଦିନ ଭିତରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ମାରାଥନ ଉଦଘାଟନ କରୁଛନ୍ତି । ଗତ ୪ ତାରିଖ ଦିନ କୋରାପୁଟରେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଦିନ ଅନ୍ତରରେ ଦୁଇ ଦୁଇଟି ମେଡିକାଲ କଲେଜର ଉଦଘାଟନକୁ ନେଇ ରାଜ୍ୟ ବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି ।