ପୁଣି ରେଭେନସାରେ ଛାତ୍ରଙ୍କୁ ରାଗିଂ ! କେତେଦିନ ହେଲା ନିର୍ଯାତନା ଦେଉଥିଲେ ସିନିୟର । ଥମିବ କେବେ ?

24

କନକ ବ୍ୟୁରୋ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପୁଣି ରାଗିଂ ଅଭିଯୋଗ । ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ସିନିୟରମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି । ଏ ନେଇ ସଂପୃ୍କ୍ତ ଛାତ୍ର କଟକ ମାଲଗୋଦାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଗିଂର ଶୀକାର ହୋଇଥିବା ଛାତ୍ର ଲଳିତଗିରି ହଷ୍ଟେଲରେ ରହୁଛନ୍ତି । ରାଗିଂର ଶିକାର ହୋଇଥିବା ଛାତ୍ରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି । ତେବେ ସଂପୃକ୍ତ ଛାତ୍ରଙ୍କ କହିବାନୁସାରେ ସିନିୟର ଛାତ୍ରମାନେ ତାଙ୍କୁ ଗତ କିଛିମାସ ହେବ ମାଡମାରିବା ସହ ନାନାପ୍ରକାର ହଇରାଣ କରୁଥିଲେ ।

କିଛିଦିନ ତଳେ ରେଭେନ୍ସାରେ ଜଣେ ପ୍ରାଧ୍ୟାପିକା ଅସଦାଚରଣର ଶିକାର ହୋଇଥିଲେ । ବିଶ୍ୱବିଦ୍ୟାଳୟର ଡିପାର୍ଟମେଂଟ କୋଠରୀରେ ପ୍ରଧ୍ୟାପିକାଙ୍କ ନିଜ ବିଭାଗର ଜଣେ ସରକାରୀ ପ୍ରଫେସର, ପ୍ରାଧ୍ୟାପିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ସଂପୃକ୍ତ ଅଧ୍ୟାପିକା ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ସଂପୃକ୍ତ ପ୍ରାଧ୍ୟାପିକା ଏହାକୁ ବିରୋଧ କରିବାରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଯାଇଥିବା ଅଭିଯୋଗ ହୋଇଥିଲା । ପୋଲିସ ତନାଘନା କରିବା ସହ ବିଶ୍ୱବିଦ୍ୟାଳୟକୁ ଯାଇ ତନାଘନା କରିଥିଲା । ଏପରିକି ସଂପୃକ୍ତ ପ୍ରାଧ୍ୟାପିକାଙ୍କୁ ବି ଏ ବାବଦରେ ପଚରାଉଚରା କରିଥିଲେ । ଘଟଣାକୁ ରେଭେନ୍ସା କର୍ତ୍ତୃପକ୍ଷ ମଧ୍ୟ ଗୁରୁତର ସହ ନେଇଥିଲେ ।