ଜମ୍ମୁ-କାଶ୍ମୀରର ଗାଇଡ଼୍ ରଉଫ ମହମ୍ମଦଙ୍କୁ ସଲାମ୍ : ନିଜ ଜୀବନ ଦେଇ ବଂଚାଇଲେ ୭ ପର୍ଯ୍ୟଟକଙ୍କ ଜୀବନ

704

ମାନବିକତା ଦେଖାଇଲେ ଗାଇଡ଼୍ । ନିଜ ଜୀବନ ଦେଇ ୭ ଜଣ ପର୍ଯ୍ୟଟକଙ୍କ ଜୀବନ ବଂଚାଇଲେ । ସ୍ୱାର୍ଥପର ଦୁନିଆରେ ଅନ୍ୟ ପାଇଁ ଜୀବନ ଦେବା ଖୁବ କମ୍ ଦେଖିବାକୁ ମିଳେ । ସମସ୍ତେ ନିଜ ନିଜ ସୁବିଧା ଚିନ୍ତା କରୁଛନ୍ତି । ଆଉ ଏପରି ସମୟରେ ଅନ୍ୟ ପାଇଁ ଜୀବନ ଦେଉଥିବା ଲୋକଙ୍କୁ ସଲାମ୍ । ଜମ୍ମୁ-କାଶ୍ମୀରରେ ଘଟିଛି ଏପରି ଅଭାବନୀୟ ଘଟଣା । ପର୍ଯ୍ୟଟକଙ୍କୁ ବଂଚାଇବାକୁ ଯାଇ ଗାଇଡ଼୍ ରଉଫ୍ ମହମ୍ମଦ ନିଜ ଜୀବନ ହାରିଛନ୍ତି ।

ଜମ୍ମୁ ପହଲଗାମ ମାବୁରା ପାଖରେ ଗୁରୁବାର ଦିନ ଲିଦ୍ଦର ନଦୀରେ ଡଙ୍ଗା ବୁଡ଼ିଯାଇଥିଲା । ପ୍ରବଳ ଜୋରରେ ପବନ ବହିବା ଯୋଗୁଁ ନଦୀରେ ବୁଡ଼ି ଯାଇଥିଲା ଡଙ୍ଗା । ଡଙ୍ଗାରେ ଥିବା ସମସ୍ତ ୭ ଜଣ ପର୍ଯ୍ୟଟକ ପାଣିରେ ବୁଡ଼ି ଯାଇଥିଲେ । ହେଲେ ଡଙ୍ଗାରେ ଥିବା ଗାଇଡ଼୍ ନିଜ କଥା ଚିନ୍ତା ନକରି ପାଣିକୁ ଡ଼େଇଁପଡ଼ିଥିଲେ । ନଦୀର ପ୍ରଖର ସ୍ରୋତରୁ ପର୍ଯ୍ୟଟକଙ୍କୁ ବଂଚାଇଦେଲ । କୌଣସିମତେ ସମସ୍ତ ଯାତ୍ରୀଙ୍କୁ ନିରାପଦରେ ଉଦ୍ଧାର କରିବା ପରେ ସେ ନିଖୋଜ ହୋଇଯାଇଥିଲେ ।

ସୂଚନା ପାଇଁ ଅଗ୍ନିଶମ ବିଭାଗ ଓ ପୋଲି ଘଟଣାସ୍ଥଳରେ ପହଞ୍ଚିଥିଲେ  ତୁରନ୍ତ ତଲାସ ଅଭିଯାନ ଆରମ୍ଭ ହୋଇଥିଲା । ଏସ୍‌ଡିଆରଏଫ୍‌, ପୁଲିସ ଏବଂ ସ୍ଥାନୀୟ ଲୋକେ ବିଳମ୍ବିତ ସମୟ ଯାଏଁ ଖୋଜାଖୋଜି କରିଥିଲେ ହେଲେ ରାତି ହୋଇଯିବାରୁ ରଉଫଙ୍କ ଶବ ମିଳିପାରି ନଥିଲା । ଆଜି ପୁଣି ଖୋଜାଖୋଜି ପରେ ମଧ୍ୟ ଆଜି ଲିଦ୍ଦର ନଦୀର ଭବାନୀ ପୋଲ ନିକଟରୁ ଉଦ୍ଧାର କରାଯାଇଛି ।