ରାଫେଲ ରାଜନୀତି ! କଂଗ୍ରେସ-ବିଜେପି ଭିତରେ ଆରୋପ ପ୍ରାତ୍ୟାରୋପ, ଆଣ୍ଟୋନିଙ୍କ ପ୍ରଶ୍ନର ମୁହଁତୋଡ ଜବାବ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ।

30

କନକ ବ୍ୟୁରୋ : ରାଫେଲ ଡିଲକୁ ନେଇ ରାଜନୀତି । ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଂଟୋନୀ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମଧ୍ୟରେ କଥା କଟାକଟି ହୋଇଛି । ହିନ୍ଦୁସ୍ତାନ ଆରୋନେଟିକ୍ ଲିମିଟେଡ ଓ ରାଫେଲ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରାଉ କରିଥିଲେ ଆଂଟୋନୀ । ଆଉ ଏହାର ମୁହଁତୋଡ ଜବାବ ରଖିଛନ୍ତି ସିତାରମଣ । ହାଲକୁ କାହିଁକି ରାଫେଲ ଡିଲରୁ ବାଦ୍ ଦିଆଗଲା ବୋଲି ଆଂଟୋନୀ ଅଭିଯୋଗ ଆଣିଥିଲେ । ଏହାର ଜବାବରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ ଅମଳରେ ରାଫେଲ ଡିଲରୁ ହାଲକୁ ହଟାଇ ଦିଆଯାଇଥିଲା ।

ସେପଟେ ରାଫେଲ ଡିଲକୁ ନେଇ ସଡକରୁ ସଂସଦ ଯାଏଁ ହଙ୍ଗାମା କରୁଛନ୍ତି ବିରୋଧୀ । ଏପରିକି ରାଫେଲ ଡିଲକୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିରୋଧୀ । ରାଫେଲ ଡିଲକୁ ଏକ ବଡ ଦୁର୍ନୀତି ବୋଲି ଦର୍ଶାଯାଇଥିଲା । ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ପ୍ରସଙ୍ଗରେ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି ।

ଲୋକସଭାରେ ଭାଷଣ ଦେବା ଅବସରରେ ରାହୁଲ ଗାନ୍ଧି କହିଥିଲେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଦେଶବାସୀଙ୍କୁ ଏହି ପ୍ରସଙ୍ଗରେ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଉପା ସରକାର ସମୟରେ ଯେଉଁ ବିମାନର ଡିଲ୍ କରାଯାଇଥିଲା ସେହି ବିମାନକୁ ମୋଦି ସରକାର ତିନି ଗୁଣା ଅଧିକ ଦାମରେ କିଣିବାକୁ ଡିଲ୍ କରିଛନ୍ତି ବୋଲି ଅଭିଯୋଗ କରି ଆସୁଛି କଂଗ୍ରେସ । ଏହା ସହିତ କଂଗ୍ରେସ ଅଭିଯୋଗ କରିଛି ଯେ ଏହି ବୁଝାମଣାରେ ପୂର୍ବ ତୁଳନାରେ କୌଣସି ପ୍ରକାରର ଟେକ୍ନୋଲୋଜିର ପରିବର୍ତନ ନେଇ କୌଣସି ଡିଲ୍ ହୋଇନି । ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଂଟୋନିଙ୍କ କହିବା ଅନୁଯାୟୀ ୟୁପିଏ ସରକାର ସମୟରେ ୧୨୬ଟି ବିମାନରୁ ମାତ୍ର ୧୮ଟି ଫ୍ରାନ୍ସରେ ନିର୍ମାଣ କରାଯିବାର ଥିଲା । ଓ ଅବଶିଷ୍ଟ ଭାରତରେ ହାଲ୍ ଦ୍ୱାରା ନିର୍ମାଣ କରାଯିବାର ବୁଝାମଣା ହୋଇଥିଲା ।