ରାଫେଲର ନୂଆ ରେକର୍ଡ । ଅବିରତ ଭାବେ ୧୨ ଘଂଟା ଉଡି ଯାତ୍ରାକଲା ୧୭ ହଜାର କିଲୋମିଟର

674

କନକ ବ୍ୟୁରୋ : ଯୁଦ୍ଧ ବିମାନ ରାଫେଲର ଶକ୍ତିକୁ ନେଇ ସବୁବେଳେ ଚର୍ଚ୍ଚା ଚାଲିଛି । ଏହି କ୍ରମରେ ରାଫେଲ ଯୁଦ୍ଧ ବିମାନ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଅବିରତ ଭାବେ ୧୨ ଘଂଟା ଉଡି ୧୭ ହଜାର କିଲୋମିଟର ଯାତ୍ରା କରିଛି ଏହି ଯୁଦ୍ଧ ବିମାନ । ଏହା ପୂର୍ବରୁ କୌଣସି ରାଫେଲ ଯୁଦ୍ଧ ବିମାନ ଗୋଟିଏ ଉଡାଣରେ ଏତେ କିଲୋମିଟର ଯାତ୍ରା କରି ନଥିଲା  । ଏହା ପୂର୍ବରୁ ଫ୍ରାନ୍ସରୁ ରାଫେଲ ବିମାନ ଭାରତ ଆସିବା ବେଳେ ଗୋଟିଏ ଉଡାଣରେ ଅବିରତ ଭାବେ ୬,୭୦୦ କିଲୋମିଟର ଯାତ୍ରା କରିଥିଲା ।

ଏନେଇ ଫ୍ରାନ୍ସ ବାୟୁସେନାର ଏୟାର ଟୁ ଏୟାର ରିଫିଲିଙ୍ଗ ଅପରେଟର ମେଜର ପୀୟରିକ୍ କହିଛନ୍ତି କି ‘ଆମେ ୟୁରୋପ ମହାଦେଶର ଏକମାତ୍ର ଦେଶ ଯିଏକି ଯୁଦ୍ଧ ବିମାନ ରାଫେଲକୁ ଅବିରତ ଭାବେ ୧୨ ଘଂଟାରେ ୧୭ ହଜାର କିଲୋମିଟର ଉଡାଇ ପାରିଛୁ ’ । ରାଫେଲ ବିମାନ କାର୍ଲ୍ଲିଫର୍ଣ୍ଣିଆରୁ ଉଡାଣ ଆରମ୍ଭ କରି ଦକ୍ଷୀଣ ପ୍ରଶାନ୍ତ ମହାସାଗର ସ୍ଥିତ ଫ୍ରାନ୍ସ ଏୟାରବେସ୍ ରେ ପହଂଚିଥିଲା । ଏହି ସମୟରେ ରାଫେଲ ବିମାନରେ ୭ ଥର ଏୟାର ଟୁ ଏୟାର ୭ ଥର ଇନ୍ଧନ ରିଫିଲିଙ୍ଗ କରାଯାଇଥିଲା ।

ଫ୍ରାନ୍ସ ଗଣମାଧ୍ୟମ ମୁତାବକ ତାହୀତି ଯିବା ପାଇଁ ରାଫେଲ ଯୁଦ୍ଧ ବିମାନ ସହିତ ଫ୍ରାନ୍ସ ବାୟୁସେନାର ୭ ଟି ବିମାନ ଫ୍ରାନ୍ସରୁ ଉଡାଣ ଆରମ୍ଭ କରିଥିଲା । ପ୍ରଥମ ଉଡାଣରେ ଏହି ବିମାନଗୁଡିକ ଆମେରିକାର କାର୍ଲ୍ଲିଫର୍ଣ୍ଣିଆ ଏୟାରବେସ୍ ରେ ପହଂଚିଥିଲେ । ଏହାପରେ ରାଫେଲ ବିମାନ କାର୍ଲ୍ଲିଫର୍ଣ୍ଣିଆରୁ ଅବିରତ ଭାବେ ୧୨ ଘଂଟା ଯାତ୍ରା କରି ୧୭ ହଜାର କିଲୋମିଟର ଦୂର ତାହୀତ ଠାରେ ପହଂଚିଥିଲା । ଏହାରି ମଧ୍ୟରେ ଏୟାର ଟୁ ଏୟାର ୭ ଇନ୍ଧନ ରିଫିଲିଙ୍ଗ କରାଯାଇଥିବା କଥା କୁହାଯାଇଛି ।