୬ଷ୍ଠ ସିଏମଏସବି ଜାତୀୟ ପୁରସ୍କାର ହାତେଇଲା ରେଡିଓ ଚକଲେଟ । ଆଞ୍ଚଳିକ ବର୍ଗରେ ପାଇଲା ଶ୍ରେଷ୍ଠ ରେଡିଓ ଷ୍ଟେସନ ମାନ୍ୟତା ।

81

କନକ ବ୍ୟୁରୋ : ରେଡ଼ିଓ ଚକଲେଟ୍‌ ୬ଷ୍ଠ ସିଏମଏସବି ଜାତୀୟ ପୁରସ୍କାର ହାସଲ କରିଛି । ରେଡ଼ିଓ ପ୍ରସାରଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ ରେଡ଼ିଓ ଚକଲେଟକୁ ଆଞ୍ଚଳିକ ବର୍ଗରେ ଶ୍ରେଷ୍ଠ ରେଡ଼ିଓ ଷ୍ଟେସନ ଚୟନ କରାଯାଇଥିଲା । ରବିବାର ଦିନ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନାସନାଲ ସେଣ୍ଟରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରେଡ଼ିଓ ଚକଲେଟ୍‌ ପ୍ରତିନିଧି ରାଜା ସ୍ୱାମୀନାଥନ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ସମାଜରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟକ୍ରମ ପ୍ରସାରଣ କ୍ଷେତ୍ରରେ ନିଜର ଅବଦାନ ପାଇଁ ରେଡ଼ିଓ ଚକଲେଟକୁ ଏହି ସମାରୋହରେ ପ୍ରସଂଶା କରାଯାଇଥିଲା । ସିଏମଏସବି ବା କାଉନସିଲ ଫର ମିଡିଆ ଏଣ୍ଡ୍‌ ସାଟେଲାଇଟ୍‌ ବ୍ରଡକାଷ୍ଟିଂ ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥାମାନଙ୍କୁ ସମ୍ମାନିତ କରିଥାଏ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ବାଦ ଗ୍ରୁପ ଅଧିନରେ ଆସୁଥିବା ରେଡ଼ିଓ ଚକଲେଟ୍‌ ଓଡ଼ିଶାର ନଂ୧ ଏଫଏମ ରେଡ଼ିଓ ଷ୍ଟେସନର ମାନ୍ୟତା ପାଇଛି । ଏହା ୪ ମେ ୨୦୦୭ରେ ଆରମ୍ଭ ହୋଇଥିଲା ।