କନକ ବ୍ୟୁରୋ : ପିଏଫଆଇ ବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ଲାଗିଲା ପ୍ରତିବନ୍ଧକ । ଗୃହମନ୍ତ୍ରଳାୟ ୫ ବର୍ଷ ପାଇଁ ଏହି ସଂସ୍ଥା ବିରୋଧରେ ପ୍ରତିବନ୍ଧକ ଲଗାଇଛି । ସୋମବାର ମଧ୍ୟରାତ୍ରରୁ ଏନଆଇଏର ଏକାଧିକ ଟିମ୍ ୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ସ୍ଥାନରେ ରେଡ୍ କରି ୧୭୦ ଜଣ ପିଏଫଆଇ ସଦସ୍ୟଙ୍କୁ ଉଠାଇ ନେଇଥିଲା ଏନଆଇଏ । ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଅଟକ ରଖି ଜେରା କରାଯାଇଛି ।

Advertisment

ଏହା ପୂର୍ବରୁ ସେପ୍ଟେମ୍ବର ୨୨ରେ ୧୫ ରାଜ୍ୟର ୯୩ଟି ସ୍ଥାନରେ ରେଡ କରିଥିଲା ଏନଆଇଏ । ଏନଆଇଏ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ଅପରେସନ ଅକ୍ଟୋପସ ଅଧୀନରେ ପିଏଫଆଇ ସଦସ୍ୟଙ୍କ ଠିକଣାରେ ରେଡ କରିିଥିଲେ । ମଙ୍ଗଳବାର ତଦନ୍ତକାରୀ ସଂସ୍ଥା ଦିଲ୍ଲୀ, କର୍ଣ୍ଣାଟକା, ଆସାମ, ମହାରାଷ୍ଟ୍ର, ୟୁପି, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ରେଡ କରିଥିଲା । ପିଏଫଆଇ ଏକ ଇସଲାମିକ ସଙ୍ଗଠନ ।

ଆତଙ୍କବାଦୀ ସଙ୍ଗଠନ ସିମି ଭାରତରୁ ବ୍ୟାନ ହେବା ପରେ ଏହାର ଫ୍ରଣ୍ଟାଲ ଅର୍ଗାନାଇଜେସନ ଭାବେ ୨୦୦୬ରେ ପିଏଫଆଇ ଗଠନ ହୋଇଥିଲା । ପ୍ରଥମ ରାଜ୍ୟ ଭାବେ କେରଳରେ ପିଏଫଆଇ ସକ୍ରିୟ ହୋଇଥିଲା । ଏବେ ୨୪ଟି ରାଜ୍ୟରେ ସକ୍ରିୟ ରହିଛି । ଏହି ସଙ୍ଗଠନ ବାରମ୍ବାର ଦେଶବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିବା ନେଇ ଅଭିଯୋଗ ରହିଛି । ଦେଶରେ ହୋଇଥିବା ବିଭିନ୍ନ ହିଂସାରେ ପିଏଫଆଇର ସଂପୃକ୍ତି ଥିବା ସୂଚନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଟନା ରାଲିକୁ ପିଏଫଆଇ ଟାର୍ଗେଟ କରିଥିଲା ।