ଖୋଳାହେବ କୁତବ ମୀନାର ପରିସର, ବିବାଦ ମଧ୍ୟରେ ଇତିହାସକାରଙ୍କ ସହ କୁତୁବ ମୀନାରରେ ପହଂଚିଲା ଏଏସଆଇ

ଖୋଳାହେବ କୁତବ ମୀନାର

226

କନକ ବ୍ୟୁରୋ : ଦେଶରେ ଏବେ ଚାଲିଛି କଣ ତାହା ଜାଣିବା ଏତେ ସହଜ ନୁହେଁ । ଜ୍ଞାନବାପୀ ମସଜିଦରୁ ଆରମ୍ଭ ହୋଇଥିବା ବିବାଦ ଏବେ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କୁତବ ମୀନାରରେ ପହଂଚିଛି । ଏହାର ଇତିହାସ ଜାଣିବାକୁ ଏବେ କୁତବ ମୀନାର ପରିସର ଖୋଳା ହେବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ଏନେଇ କୁତବ ମୀନାର ପରିସରରେ ପହଂଚିଛନ୍ତି ଇତିହାସକାର ଓ ପ୍ରତ୍ନତତ୍ୱ ବିଭାଗର ଅଧିକାରୀମାନେ । ସେପଟେ ସଂସ୍କୃତି ବିଭାଗ ନିର୍ଦ୍ଦେଶ ଦେଇଛନ୍ତି କି କୁତୁବ ମୀନାରରେ ଥିବା ମୂର୍ତ୍ତି ମାନଙ୍କର ଆଇକୋନଗ୍ରାଫି ଅର୍ଥାତ ମୂର୍ତ୍ତିର ଫଟୋ ଓ ଭିଡିଓ ଉର୍ତ୍ତୋଳନ କରାଯାଇ ସେଗୁଡିକର ପରୀକ୍ଷା ନିରୀକ୍ଷା କରାଯିବ । ଏହାପରେ ଏଏସଆଇ ତରଫୁରୁ ସଂସ୍କୃତି ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ ।

କହିରଖୁ କି, ସଂସ୍କୃତି ସଚିବଙ୍କ ତରଫରୁ ଅଧିକାରୀମାନଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ସୂଚନା ମୁତାବକ କୁତବ ମୀନାର ଦକ୍ଷୀଣ ପାଶ୍ୱର୍ ଓ ମସଜିଦର ୧୫ ମିଟର ଦୂରରେ ଏହି ଖୋଳିବା କାମ ଆରମ୍ଭ ହୋଇପାରେ । କହିରଖୁ କି କେବଳ କୁତବ ମୀନାର ନୁହେଁ ବରଂ ଅନଙ୍ଗତାଲ ଓ ଲାଲକୋଟ ଦୁର୍ଗରେ ବି ଖୋଳା ହେବ ।

କୁତବ ମୀନାର ଖୋଳିବା ନିଷ୍ପତ୍ତି ନେବା ପୂର୍ବରୁ ସଂସ୍କୃତି ସଚିବ ଗୋବିନ୍ଦ ମୋହନ ଅନ୍ୟ ୧୨ ଜଣ ଟିମ ସହ ଏହାର ନିରୀକ୍ଷଣ କରିଥିଲେ । ଏହି ଟିମରେ ୩ ଜଣ ଇତିହାସକାର, ଏଏସଆଇର ୪ ଜଣ ଅଧିକାରୀ ଉପସ୍ଥିତ ଥିଲେ । ଏହି ମାମଲାରେ ଏଏସଆଇର ଜଣେ ଅଧିକାରୀ କହିଛନ୍ତି କି ୧୯୯୧ ମସିହାରେ ପରେ କେବେ ବି କୁତବ ମୀନାର ପରିସର ଖୋଳାଯାଇ ନାହିଁ ।