ଗରିବ ପିଲାଙ୍କ ପଢ଼ାବହି ପଡିଛି କବାଡିଖାନାରେ । ବସ୍ତାରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ପଢା ବହି ନଷ୍ଟ ।

140

କନକ ବ୍ୟୁରୋ: ପିଲାଙ୍କ ପାଠ୍ୟ ପୁସ୍ତକ କବାଡି ଖାନାରେ ବିକ୍ରିି ହେଉଛି । ଗଜପତି ଆର.ଉଦୟଗିରି ଶିଆଳିଲଟି ବାଳିକା ବିଦ୍ୟାଳୟର ପଢା ବହି ସବୁ ଗଞ୍ଜାମ ପାଟପୁର କବାଡି ଖାନାରେ । ପିଲା ପାଠ ପଢିବାକୁ ବିଭିନ ପଦକ୍ଷେପ ସବୁ ନିଆଯାଉଛି । ଏପରିକି ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଯାଉଛି । ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାଙ୍କ ପଢା ବହି ସବୁ ଯାଉଛି କବାଡି ଖାନାକୁ । ଗୋଟିଏ କି ଦୁଇଟି ବହି ନୁହେଁ ବସ୍ତାରେ କୁଇଂଟାଲ କୁଇଂଟାଲ ପାଠ୍ୟ ପୁସ୍ତକ କବାଡି ମାଲିକ ପାଖରେ ପଡିଛି । ପୁସ୍ତକ ସହିତ ମୂଲ୍ୟାୟନ କରାଯାଇଥିବା ଖାତାରେ ମଧ୍ୟ ପିଲାଙ୍କ ନାଁ ରହିଥିବାରୁ ସବୁ ପୁସ୍ତକ ନିର୍ଦ୍ଦିଷ୍ଟ ସ୍କୁଲର ବୋଲି ସ୍ପଷ୍ଟ ହୋଇଛି । ସେପଟେ ଘଟଣା ନେଇ ସଫେଇ ଦେଇଛନ୍ତି ସ୍କୁଲ ଶିକ୍ଷକ । ବିଦ୍ୟାଳୟ କାମ ଚାଲୁଥିବା ବେଳେ ସବୁ ଖାତା ବହି ବାହାରେ ରଖାଯାଇଥିଲା । ସେ ସବୁକୁ ବାହାରୁ କେହି ନେଇ କବାଡି ଖାନାରେ ବିକ୍ରି କରିଦେଇଛି । ସେପଟେ ଘଟଣାର ତଦନ୍ତ କରାଯାଇ ସତ୍ୟାସତ୍ୟ ବାହାର କରାଯିବ ବୋଲି କହିଛନ୍ତି ବିଇଓ ।