କନକ ବ୍ୟୁରୋ: ମାଟ୍ରିକ୍ ଅଫଲାଇନ୍ ପରିକ୍ଷାରେ ପ୍ରଶ୍ନପତ୍ର ଅଦଳବଦଳ । ରେଗୁରାଲ ପିଲାଙ୍କୁ ଏକ୍ସରେଗୁଲାର ପିଲାଙ୍କ ପ୍ରଶ୍ନପତ୍ର ଦିଆଯାଇଥିବା ଅଭିଯୋଗ ହୋଇଛି । ସେହିଭଳି ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କୁ ରେଗୁଲା ପ୍ରଶ୍ନପତ୍ର ଦିଆଯାଇଛି । ପ୍ରଶ୍ନପତ୍ର ଅଦଳବଦଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । କଟକ ବୋର୍ଡ଼ ହାଇସ୍କୁଲରେ ପ୍ରଶ୍ନପତ୍ର ଅବଦଳବଦଳ ହୋଇଥିବା ନେଇ ଅଭିଯୋଗ ଆସିଛି । ପ୍ରଶ୍ନପତ୍ର ଅଦଳବଦଳ ପରେ ସ୍କୁଲ କର୍ତୃପକ୍ଷ ତୃଟି ସୁଧାରିଥିବା ଜଣାପଡିଛି ।