ଶେଷ ଯାତ୍ରାରେ ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟ: ରାଜକୀୟ ପ୍ରଥା ଅନୁଯାୟୀ ଚାଲିଛି ଶେଷକୃତ୍ୟ

89

କନକ ବ୍ୟୁରୋ: ସୁସଜ୍ଜିତ କଫିନରେ ରାଜକୀୟ ପରମ୍ପରା ଅନୁଯାୟୀ ରାଣୀଙ୍କୁ ଅନ୍ତିମ ସଂସ୍କାର ପାଇଁ ନିଆଯାଉଛି । ଆଉ କଫିନ ପଛରେ ଅଛନ୍ତି ବ୍ରିିଟେନର ରାଜା ତଥା ରାଣୀଙ୍କ ପୁଅ ଚାର୍ଲ୍ସଙ୍କ ସମେତ ରାଜପରିବାର ଅନ୍ୟ ସସସ୍ୟ ଏବଂ ବିଭିନ୍ନ ଦେଶରୁ ଆସିଥିବା ନେତା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଶେଷକୃତ୍ୟୁ ଉପରେ ସାରା ବିଶ୍ୱର ନଜର ରହିଥିଲା । ଅନ୍ତିମ ସଂସ୍କାର ସ୍ଥାନରେ ହଜାର ହଜାର ଅନୁଗାମୀ ଉପସ୍ଥିତ ଥିଲେ । କିନ୍ତୁ ପରିବେଶ ଥିଲା ପୁରା ଶାନ୍ତ ।  ୧୦ ଦିନର ଶୋକ ପ୍ରକାଶନ ପରେ ସୋମବାର ଶେଷକୃତ୍ୟୁ ସମ୍ପନ ହୋଇଛି ।

୧୯୬୫ ମସିହା ପରେ ଇଂଲଣ୍ଡରେ ପ୍ରଥମ ଥର ପାଇଁ ଏଭଳି ଶେଷକୃତ୍ୟର ଆୟୋଜନ କରାଯାଇଥିଲା । ଏହା ପୂର୍ବରୁ ଇଲଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚର୍ଚ୍ଚିଲ ମୃତ୍ୟୁ ସମୟରେ ଏଭଳି ଶେଷକୃତ୍ୟୁର ଆୟୋଜନ କରାଯାଇଥିଲା ।

ଇଂଲଣ୍ଡର ସମୟ ଅପରାହ୍ଣ ୩.୩୦ ମିନିଟ୍ରେ ସୋମବାର ଶେଷକୃତ୍ୟୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ ୱେଷ୍ଟମିନିଷ୍ଟର ହଲର କବାଟ ଖୋଲାଯାଇଥିଲା । ରାଣୀଙ୍କ କଫିନକୁ ରୟାଲ ନେଭିର ଶସସ୍ତ୍ର ସେନା ହଲ ଭିତରକୁ ନେଇଥିଲେ । ତାଙ୍କ ପଛେ ପଛେ ରାଜା ଚାର୍ଲ୍ସ ଏବଂ ଅନ୍ୟ ରାଜବଂଶୀୟମାନେ ଆସିଥିଲେ । ଶେଷକୃତ୍ୟୁ ଆରମ୍ଭ ହେବାର ଘଂଟାଏ ପରେ ପୁରା ଦେଶରେ ଦୁଇ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ରାଣୀଙ୍କ ଶେଷକୃତ୍ୟୁ ଦେଖିବା ପାଇଁ ବିିଭିନ୍ନ ଦେଶରୁ ପ୍ରାୟ ୧୦ ଲକ୍ଷ ଲୋକ ଇଂଲଣ୍ଡ ଆସିଥିଲେ । ସୁରକ୍ଷା ଦୃଷ୍ଟିରୁ ଶହ ଶହ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଥିଲା ।

ରାଣୀଙ୍କ ଶେଷକୃତ୍ୟ କାର୍ଯ୍ୟକ୍ରମର ସୁରକ୍ଷା ପାଇଁ ୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରାଜ ପରିବାର ଇତିହାସରେ ପ୍ରଥମ ଥର କୌଣସି ସଦସ୍ୟଙ୍କ ଶେଷକୃତ୍ୟରେ ଏତେ ଅର୍ଥ ଖର୍ଚ୍ଚ ହୋଇଥିବା କୁହାଯାଉଛି ।

ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ପ୍ରାୟ ୫ ଶହ ଦେଶର ନେତା ଶେଷକୃତ୍ୟୁ ସମାରୋହରେ ସାମିଲ ହୋଇ ସମବେଦନା ଜଣାଇଛନ୍ତି । କୁହାଯାଉଛି ବିଶ୍ୱର କୌଣସି ନେତାଙ୍କର ଏଭଳି ଶେଷକୃତ୍ୟୁ କେବେ ହୋଇନଥିଲା ।