ସ୍କୁଟର ଆଗରେ ଶୋଇ ରହିଥିଲା ଅଜଗର ! ଆଉ ତା’ପରେ ଯାହା ଘଟିଲା ତାହା ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

28

ସାପ ଖେଳାଉଛି ଆତଙ୍କ । କେତେବେଳେ ଜୋତା ଭିତରୁ ବାହାରୁଛି ତ ଆଉ କେତେବେଳେ ଲାଟିନ ପ୍ୟାନ ଭିତରୁ ବାହାରୁଛି । କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ମଧ୍ୟ ସାପର ଆଥଙ୍କ ଦେଖିବାକୁ ମିଳୁଛି । କେତେବେଳେ କେଉଠୁ ସାପ ବାହାରୁଛି ତାହା କେହି ବି ଜାଣି ପାରୁନାହାଁନ୍ତି । ସେହିଭଳି ଏକ ଘଟଣା ଘଟିଛି ନୂଆଦିଲ୍ଲୀରେ ।

ନୂଆଦିଲ୍ଲୀରେ ଏମିତି କିଛି ଘଟଣା ଘଟିଛି ଯାହାକୁ ଶୁଣିଲେ ଆଶ୍ଚର୍ୟ୍ୟ ହୋଇଯିବେ। ବର୍ଷାଦିନେ ଚାରିଆଡେ ଜଳମଗ୍ନ ଥିବା ହେତୁ ସାପ ବାହାରିବାର ଅନେକ ଘଟଣା ସାମ୍ନାକୁ ଆସିଛି ଗତ ସପ୍ତାହରେ ୪ଫୁଟର ଝିଟିପିଟି ଦିଲ୍ଲୀରୁ ବାହାରି ଘଟଣା ଶୁଣିବାକୁ ମିଳିଥିଲା । ଠିକ ସେହିଭଳି ଦିଲ୍ଲୀରେ ଆଜି ଜଣଙ୍କ ଘର ପାଖରେ ଥିବା ଏକ ସ୍କୁଟର ଭିତରୁ ଅଜଗର ବାହାରିଛି। ଏହି ଦୃଶ୍ୟକୁ ଯିଏ ଦେଖିଥିଲା ତା’ର ଲୋମମୂଳ ଟାଙ୍କୁରି ଉଠିଥିଲା। ଆନିମଲ ଓ୍ଵାଲଫେୟାର ଏନ୍ଜିଓ ଓ୍ଵାଇଲ୍ଡଲାଇଫ୍ ଏସ୍ଓଏସ୍ ଅଜଗରକୁ ଧରି ନେଇଥିଲେ।

ଓ୍ଵାଇଲ୍ଡଲାଇଫ୍ ଏସ୍ଓଏସ୍ର  କିରନ୍ କୁମାରଙ୍କ କହିବା ଅନୁସାରେ, ସେ ଯେତେବେଳେ ସ୍କୁଟର ଧରି ଯିବାକୁ ବାହାରୁଥିଲି, ସେତେବେଳେ ସ୍କୁଟର ଉପରେ ଅଜଗର ଶୋଇ ରହିଥିବା ଦେଖି ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ସେ ଯେଉଁଠାରେ ରୁହନ୍ତି ତା’ର ଆଖପାଖରେ ଜଙ୍ଗଲ ରହିଛି । ଯେଉଁ କାରଣରୁ ଅନେକ ସମୟରେ ସାପ ବାହାରିବା ଦେଖିବାକୁ ମିଳିଥିଲା ।

କିରନ୍ କୁମାର ଏହି ଅଜଗର ବିଷୟରେ ଖବର ଦେବା ପରେ ଏନ୍ଜିଓ ସଦସ୍ୟ ସାପକୁ ସ୍କୁଟରରୁ ବାହାର କରି ଦେଇଥିଲେ। ଏହା ପରେ ସାପଟିକୁ ଜଙ୍ଗଲରେ ନେଇ ଛାଡ଼ି ଦେଇଥିଲେ। ରକ ପାଇଥନ୍ ବିଷାଧର ନୁହେଁ, କିନ୍ତୁ ଏହାର ଚେଟରେ ମନୁଷ୍ୟକୁ କ୍ଷତାକ୍ତ କରି ଦେଇଥାଏ ବୋଲି ଆନିମଲ ଓ୍ଵାଲଫେୟାର ଏନ୍ଜିଓ ସଦସ୍ୟ କହିଛନ୍ତି। ଗତ ମାସରେ ଏନ୍ଜିଓ ୫ଫୁଟ ଲମ୍ବର ଅଜଗର ଓ ୩ଫୁଟ ଲମ୍ବର କୋବରାକୁ ଧରିଥିଲେ।