ଭେଣ୍ଟିଲେଟରରେ “ରାଜନୀତିର ଚାଣକ୍ୟ” : ପ୍ୟାରୀବାବୁଙ୍କ ବିଗିଡିଲା ସ୍ୱାସ୍ଥ୍ୟ

179

କନକ ବ୍ୟୁରୋ : ମୁମ୍ବାଇର ହିନ୍ଦୁଜା ହସ୍ପିଟାଲ । ଏହିଠାରେ ଚାଲିଛି ପ୍ୟାରୀମୋହନ ମହାପାତ୍ରଙ୍କ ଚିକିତ୍ସା । ଜନମୋର୍ଚ୍ଚା ସଭାପତି ପ୍ୟାରୀ ମୋହନ ମହାପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି । ତାଙ୍କୁ ଭେଂଟିଲେଟରରେ ରଖାଯାଇଛି । ପ୍ୟାରୀମୋହନଙ୍କ ପତ୍ନୀ କନକ ନ୍ୟୁଜକୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ ଆଜି ସକାଳୁ ହଠାତ୍ ବିଗିଡି ଯାଇଥିଲା ପ୍ୟାରୀ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା । ପ୍ୟାରୀଙ୍କ ଅବସ୍ଥା ସଂକଟାପନ୍ନ ଥିଲେ ସେ ବିପଦମୁକ୍ତ ଥିବା ଜଣାପଡିଛି । ଫୁସଫୁସ କର୍କଟରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।

ଏକାଦା ରାଜ୍ୟ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ର ବିଜେଡିର ହାତ ଛାଡିବା ପରେ ସଂପୂର୍ଣ୍ଣ ଏକା ଏକା । ଦିନେ ତାଙ୍କ ପାଖ ଛାଡୁ ନଥିବା ବିଜେଡି ନେତାଏ ସଂକଟ ସମୟରେ ତାଙ୍କ ଛାଇ ମାଡିବାକୁ ଭୟ କରୁଛନ୍ତି । କ୍ଷମତା ଅପହରଣ ଷଡଯନ୍ତ୍ରର ଅପବାଦ ଲାଗିବା ପରେ ବଦଳି ଯାଇଛି ସ୍ଥିତି ।
ଗତବର୍ଷ ରାଜ୍ୟସଭା କା ର୍ଯ୍ୟକାଳ ଶେଷ ହେବାବେଳକୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା । ପ୍ରାୟ ୪ ମାସ ହେଲା ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ଶେଷ ଖବର ସୁଦ୍ଧା ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯାଇଥିବା କୁହାଯାଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ରହିଥିବା ପ୍ୟାରୀମୋହନ ମହାପାତ୍ରଙ୍କ ଜୀବନରେ ୨୦୧୨ ମେ ୨୯ ତାରିଖ ଏକ ବଡଧରଣର ପରିବର୍ତନ ଆଣିଥିଲା । ଅଭିଯୋଗ ଆସିଲା କ୍ଷମତା ଅପହରଣ ପାଇଁ ରାତି ଅଧିଆ ଷଡଯନ୍ତ୍ର କରିଥିଲେ ପ୍ୟାରୀମୋହନ । ଏବେ ସଂକଟରେ ଥିବା ଏହି ପୂର୍ବତନ ସାଂସଦଙ୍କ ଆଶୁ ଆରୋଗ୍ୟ ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି ।