ଜେଲେନସ୍କିଙ୍କ ପ୍ରେମରେ ପୁଟିନଙ୍କ ଝିଅ । ପ୍ରେମିକାଙ୍କୁ ଭେଟିବା ପାଇଁ ୨ବର୍ଷରେ ୫୦ଥର ମ୍ୟୁନିକ ଯାତ୍ରା ।

299

କନକ ବ୍ୟୁରୋ: ଜେଲେନସ୍କିଙ୍କୁ ପ୍ରେମ କରୁଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅ । ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଭିତରେ ଏଭଳି ଏକ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ହେଲେ ଏ ଜେଲେନସ୍କି ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କି ନୁହନ୍ତି । ବରଂ ଜର୍ମାନୀର ଆଇଗର ଜେଲେନସ୍କି । ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ମୁଖ୍ୟଖବରରେ ରହୁଛନ୍ତି ଭ୍ଲାଦିମିର ପୁଟିନ । ଏବେ କିନ୍ତୁ ତାଙ୍କ ଝିଅ କାଟେରିନା ତିଖୋନାଭା ତାଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେ ତାଙ୍କ ପ୍ରେମିକ ଆଇଗର ଜେଲେନସ୍କିଙ୍କୁ ଭେଠିବା ପାଇଁ ଅନେକ ଥର ମ୍ୟୁନିକ ଗସ୍ତ କରିଛନ୍ତି ।

ତେବେ କାଟେରିନା ଓ ଆଇଗର ଜେଲେନସ୍କିଙ୍କ ଗୋଟିଏ ସନ୍ତାନ ମଧ୍ୟ ଥିବା କୁହାଯାଉଛି । ୨୦୧୮ରୁ ୨୦୧୯ ମଧ୍ୟରେ ଆଇଗରଙ୍କୁ ଭେଟିବା ପାଇଁ କାଟେରିନା ବାରମ୍ବାର ମ୍ୟୁନିକ ଯାତ୍ରା କରିଥିବା ରୁଷିଆର ଏକ ସ୍ୱାଧୀନ ଗଣମାଧ୍ୟମ ସଂସ୍ଥା ପ୍ରକାଶ କରିଛି । ପ୍ରତ୍ୟେକଥର ସେ ଚାଟାର୍ଡ ବିମାନରେ ଗସ୍ତ କରିଛନ୍ତି । ତେବେ ପୁଟିନଙ୍କ ଝିଅ ଭଳି ଆଇଗର ଜେଲେନସ୍କି ମଧ୍ୟ ଜଣେ ପେସାଦାର ନୃତ୍ୟଶିଳ୍ପୀ ।

୨୦୧୯ ଓ ୨୦୧୯ରେ ଆଇଗର ଜେଲେନସ୍କିଙ୍କୁ ଭେଟିବା ପାଇଁ କାଟେରିନା ଏହି ଯାତ୍ରା କରୁଥିଲେ ।
– ରୁଷର ସ୍ୱାଧିନ ଗଣମାଧ୍ୟମ ସଂସ୍ଥା ଆଇଷ୍ଟୋରିଜ ଏବଂ ଜର୍ମାନର ମ୍ୟାଗାଜିନ ଡେର ସ୍ପିଜେଲ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି
– କାଟେରିନା ପ୍ରତ୍ୟେକ ଥର ଦେଶର ଚାର୍ଟାଡ ବିମାନରେ ଯାଇଛନ୍ତି
– ସେହି ବିମାନରେ ପୁଟିନଙ୍କ କାର୍ଯ୍ୟାଳୟର ସୁରକ୍ଷାକର୍ମଚାରୀ ଯାଇଛନ୍ତି

ସବୁବେଳେ ନିଜର ବ୍ୟକ୍ତିଗତ ଜୀବନକୁ ଗୋପନୀୟ ରଖୁଥିବା ଭ୍ଲାଦିମିର ପୁଟିନଙ୍କ ପରିବାର ସମ୍ପର୍କରେ ୟୁକ୍ରେନ ଆକ୍ରମଣ ପରେ ଅନେକ ସୂଚନା ପଦାକୁ ଆସିବାରେ ଲାଗିଛି । ପାଶ୍ଚାତ୍ୟ ଦେଶଗୁଡିକୁ ପୁଟିନ ସମାଲୋଚନା କରୁଥିବା ବେଳେ ଜର୍ମାନୀରେ ରହୁଥିବା ପ୍ରେମିକଙ୍କୁ ଭେଟିବା ପାଇଁ ତାଙ୍କ ଝିଅ ଏତେଥର ମ୍ୟୁନିକ ଗସ୍ତ କରିଥିବାକୁ ମଧ୍ୟ ଅନେକ ସମାଲୋଚନା କରିଛନ୍ତି ।