ଋଷ ରାଷ୍ଟ୍ରପତି ପୁଟିନଙ୍କ ଘୋଷଣା : ପିଲା ଜନ୍ମ କଲେ ମହିଳାଙ୍କୁ ମିଳିବ ୧୩ ଲକ୍ଷ ଟଙ୍କା

689

କନକ ବ୍ୟୁରୋ: ନିଜ ଦେଶର ଲୋକସଂଖ୍ୟା ବଢାଇବାକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ ଘୋଷଣା । ୧୦ରୁ ଅଧିକ ଛୁଆ ଜନ୍ମ କଲେ ମହିଳାଙ୍କୁ ମିଳିବ ଅର୍ଥ ପୁରସ୍କାର। ତାହାପୁଣି ମୋଟା ଅଙ୍କର ଅର୍ଥ। ଋଷର ମହିଳାମାନଙ୍କୁ ଏପରି ଅଫର ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌।

ରୁଷରେ ଜନସଂଖ୍ୟା ବୃଦ୍ଧି ପାଇଁ ଏଭଳି ଘୋଷଣା କରିଛନ୍ତି ରାଷ୍ଟ୍ରପତି ପୁଟିନ। ଜଣେ ମହିଳା ୧୦ରୁ ଅଧିକ ଛୁଆ ଜନ୍ମ କଲେ ୧୩,୫୦୦ ଲକ୍ଷ ଟଙ୍କା ମିଳିବ। ସୂଚନା ମୁତାବକ, କୋଭିଡ୍‌ ମହାମାରୀ ଓ ରୁଷ ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଋଷରେ ପାଖାପାଖି ୫୦,୦୦୦ ରୁ ଅଧିକ ଲୋକ ପ୍ରାଣ ହାରାଇଛନ୍ତି । ଫଳରେ ରୁଷରେ ଚିନ୍ତାଜନକ ଭାବେ ଜନସଂଖ୍ୟା ହ୍ରାସ ପାଇଛି। ଯାହା ପୁଟିନଙ୍କ ଚିନ୍ତା ବଢାଇଦେଇଛି ।

କଥା ହେଉଛି, ଦେଶର ଜନସଂଖ୍ୟା କମିଯାଉଥିବାରୁ ତେଣୁ ଦେଶରେ ଜନସଂଖ୍ୟା ଠିକ୍‌ କରିବାକୁ ଉପରୋକ୍ତ ଯୋଜନାକୁ ଆପଣେଇବାକରୁ ପଡ଼ିଛି। ଏ ସମ୍ପର୍କରେ ରୁଷ ରାଜନୀତି ଏବଂ ସୁରକ୍ଷା ବିଷେଶଜ୍ଞ ଡ.ଜେନ୍ନି ମମେର୍ଥସ ସୂଚନା ଦେଇଛନ୍ତି। ନୂଆ ସ୍ମିମରେ ମାମାନଙ୍କୁ ‘ମଦେର ହିରୋଇନ’ ସମ୍ବୋଧିତ କରାଯିବ । ଚଳିତ ବର୍ଷ ମାର୍ଚ୍ଚ ମାସରେ କୋଭିଡ୍‌ କାରଣରୁ ରୁଷରେ ଅଧିକ ଳୋକେ ପ୍ରାଣ ହରାଇଥିଲେ। ସେହିପରି ୟୁକ୍ରେନ୍ ଯୁଦ୍ଧରେ ପ୍ରାୟ ୫୦,୦୦୦ ସୈନ୍ୟ ପ୍ରାଣ ହାରାଇଛନ୍ତି।

ସେହିପରି ରୁଷରେ ଯାହାର ପରିବାର ବଡ଼ ସେମାନେ ଅଧିକ ଦେଶପ୍ରେମୀ ବୋଲି ପୁଟିନ କହିଛନ୍ତି । ସୋଭିଏତ ଯୁଗକୁ ଫେରାଇ ଆଣିବା ପୁଟିନ ସରକାରଙ୍କ ଲକ୍ଷ। ଏଥିପାଇଁ ଦେଶର ଜନସଂଖ୍ୟା ବଢିବା ଜରୁରୀ । ଯେ‌ଉଁ ମଳିଳାମାନେ ୧୦ରୁ ଅଧିକ ଛୁଆ ଜନ୍ମ କରିବେ ସେମାନଙ୍କୁ ମଦେର ହିରୋଇନ୍‌ ଆଖ୍ୟା ଦିଆଯିବ ବୋଲି ସେ କହିଛନ୍ତି। ମହିଳାଙ୍କର ୧୦ମ ଶିଶୁର ପ୍ରଥମ ଜନ୍ମଦିନରେ ମହିଳାଙ୍କୁ ଘୋଷଣା ଅନୁଯାୟୀ ସାଢେ ୧୩ ଲକ୍ଷ ଟଙ୍କା ମିଳିବ ।
ସରକାରୀ ଆକଳନ ମୁତାବକ, ୧୯୯୦ ପରଠାରୁ ରୁଷ ଜନସଂଖ୍ୟା ସଙ୍କଟ ଦେଇ ଗତି କରୁଛି। ଏହା ପରେ ୨୦୧୯ରେ ଆସିଥିବା କୋଭିଡ୍‌ ମହାମାରୀ ଦେଶ ପାଇଁ ବଡ଼ ବିପଦ ସାଜିଥିଲା। ମହାମାରୀରେ ଲକ୍ଷାଧିକ ଲୋକ ପ୍ରାଣ ହରାଥିବା ବେଳେ ୟୁକ୍ରେନ ଯୁଦ୍ଧ ସଙ୍କଟ ଏହି ସମସ୍ୟାକୁ ଅଧିକ ତୀବ୍ର କରିଛି।