କନକ ବ୍ୟୁରୋ: ଗତବର୍ଷ ଫେବ୍ରୁଆରି ୨୪ତାରିଖରୁ ଆରମ୍ଭ ହୋଇଥିବା ରୁଷ୍-ୟୁକ୍ରେନ ଯୁଦ୍ଧ ଏବେ ବି ଜାରି ରହିଛି। ଏବେ ପରମାଣୁ ଯୁଦ୍ଧର ଆଶଙ୍କା ମଧ୍ୟ ବଢିଯାଇଛି । ଏହାକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବିପଜ୍ଜନକ ଦାବି କରିଛନ୍ତି। ଶୁକ୍ରବାର ପୁଟିନ୍ କହିଛନ୍ତି ଯେ ମସ୍କୋ ବେଲାରୁଷକୁ ନିଜର ପ୍ରଥମ ବ୍ୟାଚ୍ ପରମାଣୁ ଅସ୍ତ୍ର ପଠାଇଛି। ବେଲାରୁଷ ଦେଇ ୟୁକ୍ରେନ ସୀମାରେ ପରମାଣୁ ଅସ୍ତ୍ରକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି ।

Advertisment

ଅନ୍ତର୍ଜାତୀୟ ଗଣମାଧ୍ୟମ ତଥ୍ୟ ମୁତାବକ, ଋଷ , ୟୁକ୍ରେନ ସୀମାରେ ପରମାଣୁ ହତିଆର ମୁତୟନ କରିବାକୁ ଯାଉଛି । ଏହାକୁ ସୁନିଶ୍ଚିତ କରିଛନ୍ତି ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋ । ସେ କହିଛନ୍ତି ଯେ, ‘ଆମ ପାଖରେ ମିସାଇଲ ଓ ବୋମା ରହିଛି ଯାହା ଆମକୁ ଋଷ ଠାରୁ ମିଳିଛି । ଏବେ ଋଷ ଯେଉଁ ଅସ୍ତ୍ର ମୁତୟନ କରିବାକୁ ଯାଉଛି ତାହା ହିରୋସିମା, ନାଗାସାକି ଉପରେ ପଡିଥିବା ପରମାଣୁ ବୋମା ଠାରୁ ୩ ଗୁଣ ଶକ୍ତିଶାଳୀ’ । ୧୯୯୧ ପରେ ପ୍ରଥମ ଥର ପାଇଁ ଋଷ ଏପରି ପରମାଣୁ ଅସ୍ତ୍ର ମୁତୟନ କରୁଥିବା ଜଣାପଡିଛି ।