ନୂପୁର ଶର୍ମାଙ୍କୁ ନେଇ ମୁହଁଖୋଲିଲେ ପୁରୀ ଶଙ୍କରାଚାର୍ଯ୍ୟ। କହିଲେ, କହିବାର ଶୈଳୀ ଠିକ ହେବା ଦରକାର, ଯାହାଦ୍ୱାରା ଲକ୍ଷ୍ୟ ହେବ ସାଧିତ। 

366

କନକ ବ୍ୟୁରୋ:  ପ୍ରଫେଟ ମହମ୍ମଦଙ୍କୁ ନେଇ ମୁହଁ ଖୋଲିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ।  ପ୍ରତିକ୍ରିୟା ରଖି ସେ କହିଛନ୍ତି, ଦ୍ରୌପଦୀ ଅନ୍ଧକୁ ଅନ୍ଧ ବୋଲି କହିବାରୁ ମହାଭାରତ ହୋଇଥିଲା । ତେଣୁ  କହିବାର ଶୈଳୀ ଠିକ ହେବା ଦରକାର । ଏହାଦ୍ୱାରା ଲକ୍ଷ୍ୟ ସାଧିତ ହୋଇପାରିବ । ନିକଟରେ ମହମ୍ମଦଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ ନୁପୁର ଶର୍ମା । ଏହାପରେ ବିଜେପି ନୁପୁରଙ୍କୁ ଦଳରୁ ନିଲମ୍ବନ କରିଥିଲା ।

ସାରା ଦେଶରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା । ଅନ୍ତର୍ଜାତୀୟ ଦେଶଗୁଡିକ ବି କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହାପରେ ସୁପ୍ରିମକୋର୍ଟ ନୁପୁର ଶର୍ମାଙ୍କୁ ବି ଭର୍ତ୍ସନା କରିଥିଲେ । ଦେଶବାସୀଙ୍କୁ କ୍ଷମା ମାଗିବାକୁ ବି କହିଥିଲେ । ଉଦୟପୁର ହତ୍ୟାକାଣ୍ଡ ପାଇଁ ନୁପୁର ଦାୟୀ ବୋଲି କୋର୍ଟ କହିଥିଲେ ।