କନକ ବ୍ୟୁରୋ: ଜମୁଛି ସାହିଯାତ । ପୁରୀ ସାହିଯାତର ତୃତୀୟ ଦିନରେ ପର୍ଶୁରାମ ବେଶ ଧାରୀ ସାହି ପରିକ୍ରମା କରିଛନ୍ତି । ଏହା ସହିତ ରାମଚନ୍ଦ୍ର ସ୍ୱୟଂବର ସଭା ସାରି ଫେରୁଥିବା ବେଳେ ପଶୁର୍ମରାମ ବାଟ ଓଗାଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତା ସହିତ ଶ୍ରୀଜଗନ୍ନାଥ ବଲ୍ଲଭରେ ଅନୁଷ୍ଠିତ ହୋଇଥିଲା କଳାହରଣ ନୀତି । ହରଚଣ୍ଡୀ ସାହି ଆଖଡା ପକ୍ଷରୁ ପର୍ଶୁରାମଙ୍କ ସହିତ କାଳି ମେଢ , ବୀରକର୍ଣ୍ଣ, ପଂଚମୂଖୀ ହନୁମାନ ଓ ନାଗା ମେଢ ଅବତୀର୍ଣ୍ଣ ହୋଇଥିଲା । ହରଚଣ୍ଡୀ ସହିର ମେଢ ସବୁ ସାହି ଯାତର ମୁଖ୍ୟ ଆକର୍ଷଣ ପାଲଟିଥିଲା । ତେବେ ଚତୁର୍ଥ ଦିନରେ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ବନବାସ ନୀତି ନେଇ ବେଶ ଉତ୍ସାହିତ ହୋଇଛନ୍ତି ଶ୍ରଦ୍ଧାଳୁ ।