ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ ପାଇଁ ସଜେଇ ହୋଇଛି ପୁରୀ ରାଜଭବନ: ପ୍ରବେଶ ଦ୍ୱାରରେ ରହିଛି ନନ୍ଦିଘୋଷ ରଥର ଚକ

198

କନକ ବ୍ୟୁରୋ: ପୁରୀ ଗସ୍ତ ବେଳେ ପୁରୀ ରାଜଭବନରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଦୁଇ ଘଂଟା ବିଶ୍ରାମ ନେବା କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜଭବନକୁ ସୁନ୍ଦର ଭାବେ ସଜାଯାଇଛି । ସୁନ୍ଦର ଆଲୋକମାଳା ସହ ପ୍ରବେଶ ପଥଠାରୁ ଆରମ୍ଭ କରି ସମଗ୍ର ଭାଜଭବନକୁ ମନୋରମ କରାଯାଇଛି । ଗ୍ରାଉଣ୍ଡ ଫ୍ଲୋରର ୧ ନମ୍ବର କୋଠରୀରେ ରହିବେ ମହାମହିମ । ୧୭ଟି କୋଠରୀକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ୧ ନମ୍ବର କୋଠରୀକୁ ବିଶେଷ ଭାବେ ସଜାଯାଇଛି । ଭାରତର ପ୍ରଥମ ନାଗରିକ ହୋଇଥିବାରୁ ଏହି ରୁମ୍ରେ ନମ୍ବର ଲେଖାଯାଇନାହିଁ । ନମ୍ବଲ ବଦଳରେ ରହିଛି ଅଶୋକ ସ୍ତମ୍ବର ଚିତ୍ର । ରୁମ ଭିତରେ ରହିଛି ଜଗନ୍ନାଥଙ୍କ ଫଟୋଚିତ୍ର । ବେଡରୁମରେ ଦୁଇଟି ସୋଫା ପଡ଼ିଛି । ଡାଇନିଂ ରୁମକୁ ମନୋରମ କରାଯାଇଛି । ରାଜଭବନର ପ୍ରବେଶ ଦ୍ୱାରରେ ନନ୍ଦିଘୋଷ ରଥ ଚକ ଶୋଭା ପାଉଛି । ୩ଟି ରୁମ୍ ରାଷ୍ଟ୍ରପତିଙ୍କ ପରିବାର ଲୋକଙ୍କ ପାଇଁ ରହିଛି । ଉପରମହଲାରେ ରାଜ୍ୟପାଳ ଗଣେଶୀ ଲାଲ ଓ ତାଙ୍କ ପରିବାର ସହ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।