ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି; ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ 

232

କନକ ବ୍ୟୁରୋ : ଆଜି ପୌଷପୂର୍ଣ୍ଣିମା। ପୌଷପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ପାଳନ କରାଯଶଇଛି ଜଗନ୍ନାଥଙ୍କର ଦେବାଭିଷେକ ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ରୀତିନୀତି କରାଯାଇଛି । ଆଜିର ଦିନରେ ମହାପ୍ରଭୁ ସୁନାବେଶ ବା ରାଜରାଜେଶ୍ୱର ବେଶ ବା ଅଭିଷେକ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ୩୨ ପ୍ରକାର ମୂର୍ତ୍ତି ଅଳଙ୍କାରରେ ଆଭୁଷଣ ହୋଇଛନ୍ତି ମହାପ୍ରଭୁ ଦର୍ଶନ ଦେଉଛନ୍ତି । ବର୍ଷକୁ ଶ୍ରୀଜିଉଙ୍କର ୫ଟି ସୁନାବେଶ ମଧ୍ୟରୁ ପୌଷପୁର୍ଣ୍ଣିମାର ସୁନାବେଶ ଅନ୍ୟତମ । ଅରଜି ସକାଳୁ ଦ୍ୱାଫିଟା, ମଙ୍ଗଳଆଳତୀ, ଅବକାଶ ନୀତି ଶେଷ ହେବା ପରେ ଭଣ୍ଡାର ମେକାପ ୩ଟି ରୂପାବଟାରେ ଚନ୍ଦନ ଆଣି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି କରିଥାନ୍ତି । ଏହି ନୀତି ସମ୍ପାଦନ ପରେ ଶ୍ରୀଜିଉ୩୨ ପ୍ରକାର ମୂର୍ତ୍ତି ଅଳଙ୍କାର ଆଭୂଷଣ ଲଗାଯାଇ ରାଜବେଶ କରାଯାଏ ।