ପୁରୀ ପଟ୍ଟନାୟିକା ଛକ ଗୁଳିକାଣ୍ଡ ଘଟଣା : ଆଜି ମୃତ ମନୋରଂଜନଙ୍କ ପତ୍ନୀ ରେବତୀ ଓ ଭାଉଜ ରେଣୁବାଳାଙ୍କୁ ଜେରା କରିବ ପୁଲିସ୍

91

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ପୁରୀ ପଟ୍ଟନାୟିକା ଛକ ଗୁଳିକାଣ୍ଡ ନେଇ ଆଜି ମୃତ ମନୋରଂଜନଙ୍କ ପତ୍ନୀ ରେବତୀ ଓ ଭାଉଜ ରେଣୁବାଳାଙ୍କୁ ଜେରା କରିବ ପୁଲିସ୍ । ସାକ୍ଷୀ ଗୋପାଳଥାନାରେ ଏସପି ଗୁଳିକାଣ୍ଡ ନେଇ ଦୁଇ ଜଣକୁ ଜେରା କରିବେ । ସେହିପରି ହତ୍ୟାକାଣ୍ଡର ଚେର ଯାଏଁ ପହଂଚିବା ପାଇଁ ଉଦ୍ୟମ ଚଳାଇଛି ପୁଲିସ । ଟୋଲଗେଟର ସିସିଟିଭି ଫୁଟେଜ୍ ଆଧାରରେ ଛାନବିନ ଜାରି  ରହିଛି । ପୁରୀ ପୁଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଯାଜପୁର, ଅନୁଗୁଳ ଓ କେନ୍ଦ୍ରାପଡ଼ା ଆଦି ଅଂଚଳରେ ତଦନ୍ତ ଚଳାଇଛି । ତେବେ ଖୁବ ଶୀଘ୍ର ଘଟଣା ଉପରୁ ପରଦା ଉଠିବ ବୋଲି ଏସପି ସୂଚନା ଦେଇଛନ୍ତି ।