ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପ୍ରସ୍ତୁତି ନେଇ ହେବ ଆଲୋଚନା

124

କନକ ବ୍ୟୁରୋ : ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ନୀଳାଦ୍ରି ଭକ୍ତ ନିବାସରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ । ଏଥର ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହେବା ନେଇ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ନିଷ୍ପତ୍ତି ନିଆଯାଇଛି ।

କରୋନା ଯୋଗୁଁ ଦୁଇବର୍ଷ ଧରି ବିନା ଭକ୍ତରେ ସ୍ନାନଯାତ୍ରା ହେଉଥିଲା । କିନ୍ତୁ କରୋନା ସଂକ୍ରମଣ କମିଥିବାରୁ ଏଥର ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା ହେବା ନେଇ ସୂଚନା ମିଳିଛି । ସ୍ନାନ ମଣ୍ଡପ ତଳେ ଛିଡ଼ା ହୋଇ ଭକ୍ତମାନେ କିଛି ସମୟ ପାଇଁ ମହାପ୍ରଭୁଙ୍କ ଦର୍ଶନ କରିବେ । ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ହାତୀ ବେଶରେ ଭକ୍ତ ଦର୍ଶନ କରିବେ । ସେହିପରି ଆଜିର ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗ ମଧ୍ୟ ଉଠିପାରେ । ଏହା ସହ ସେବାୟତଙ୍କ ପାଇଁ ଗୁରୁକୂଳ ସ୍ଥାପନ, ଆବାସ ଯେ୍ଧକ୍ସନା ଆଦି ପ୍ରସଙ୍ଗରେ ଆଲୋଚନା ହେବ ।