ଲିଭୁନି ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ନିଆଁ : ଘଟଣାସ୍ଥଳରେ ଅଗ୍ନିଶମ ଡିଜି ଓ ମନ୍ତ୍ରୀଙ୍କ ସ୍ଥିତି ଅନୁଧ୍ୟାନ

195

କନକ ବ୍ୟୁରୋ : ଲିଭୁନି ପୁରୀ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ନିଆଁ । ୧୫ ଘଣ୍ଟାରୁ ଅଧିକ ସମୟ ହେବ ଅଗ୍ନିଶମବାହିନୀ ଏବଂ ଓଡ୍ରାଫ ଟିମ ଆୟତ୍ତ କରୁଛନ୍ତି । ଘଟଣାସ୍ଥଳରେ ପହଞ୍ଚି ମନ୍ତ୍ରୀ ଓ ଅଗ୍ନିଶମ ଡିଜି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ, ପଛପଟ କାନ୍ଥ ଭଙ୍ଗା ଯାଇ ଭିତରକୁ ପଶିବାକୁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରୁଛନ୍ତି ।

ତେବେ ଘଟଣାସ୍ଥଳରେ ପହଞ୍ଚି ସନ୍ତୋଷ ଉପାଧ୍ୟାୟ ସ୍ଥିତି ପରଖିଛନ୍ତି । ପାରିପାର୍ଶ୍ୱିକ ପରିସ୍ଥିତି ଯୋଗୁଁ ନିଆଁ ଆୟତ୍ତ ହୋଇପାରୁନଥିବା କହିଛନ୍ତି । ବିଲ୍ଡିଂ ଭିତରକୁ ସମସ୍ତ ପ୍ରବେଶ ପଥ ବନ୍ଦ ରହିଛି । କେହି ଆହତ କିମ୍ବା ମୃତାହତ ହୋଇନଥିବା ଖୁସିର କଥା । ସେହିପରି ଘଟଣାସ୍ଥଳରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ସ୍ଥିତି ପରଖିଛନ୍ତି । ଧନଜୀବନ ବଞ୍ଚାଇବାକୁ ପ୍ରାଥମିକତା ଦିଆଯାଉଥିବା ସେ କହିଛନ୍ତି । ସର୍ଟସର୍କିଟ ପାଇଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି । ମାର୍କେଟ କମ୍ପେ୍ଲକ୍ସର ତଦାରଖ ପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କାହିଁକି ଲିଭୁନି ଲକ୍ଷ୍ମୀ ମାର୍କେଟ୍ ନିଆଁ ?

– ମାର୍କେଟ୍ କମ୍ପେ୍ଲକ୍ସର ତିନି ପଟରେ ପାଚେରୀ ରହିଛି
– ସାମ୍ନା ପଟେ ଦୋକାନ ଗୁଡିକର ସଟର ପଡିଥିଲା
– ଦୋକାନ ମାଲିକ ଦୋକାନ ତାଲା ପକାଇ ପଳାଇଥିଲେ
– ଦୋକାନ ସଟର ଖୋଲିବା କଷ୍ଟକର ଥିଲା
– ଦୋକାନୀ ସଟର ଖୋଲିବା ପାଇଁ ଆସିନଥିଲେ
– ଦୋକାନରେ ଥିବା ସମାଗ୍ରୀ ଜଳିବାରେ ଲାଗିଥିଲା
– ପ୍ଲାଷ୍ଟିକ୍, ଜୋତା ଓ କପଡା ସାମଗ୍ରୀ ଥିବାରୁ ଅଧିକ ଜଳିଥିଲା
– ପ୍ଲାଷ୍ଟିକ୍ ପାଇପ୍ ବ୍ୟବହାର ହୋଇଥିବାରୁ ଦୋକାନରୁ ଦୋକାନ ନିଆଁ ବ୍ୟାପୁଛି
– ତାତି ଅଧିକ ଥିବାରୁ ଭିତରକୁ ଯାଇପାରୁନାହାନ୍ତି ଅଗ୍ନିଶମ ଅଧିକାରୀ
– ଅଣଓସାରିଆ ପ୍ରବେଶ ପଥ ବାଧକ ସୃଷ୍ଟି କରୁଛି