ପୁରୁଷ ବେଶରେ ଆସି ହୀରାମୁଦି ଲୁଟିନେଲେ ଯୁବତୀ : ସିସିଟିଭିରେ କଏଦ ହେଲା ଲୁଟର ଲାଇଭ ଚିତ୍ର

ପୁରୁଷ ବେଶରେ ଆସି ହୀରା ଲୁଟ

171

କନକ ବ୍ୟୁରୋ : ପୁରୀରେ ମାତିଛନ୍ତି ଲୁଟେରା । ପୁରୁଷ ବେଶରେ ଯୁବତୀ କରୁଛନ୍ତି ଲୁଟ । ଡିକି ଭାଙ୍ଗି ହୀରାମୁଦି ଲୁଟିନେଲେ ଯୁବତୀ । ସିସିଟିଭିରେ କଏଦ ହେଲା ଲୁଟର ଲାଇଭ ଚିତ୍ର । କୁମ୍ଭାରପଡ଼ା ଥାନା ଅଂଚଳର ବଡ଼ଦାଣ୍ଡରେ ମାର୍କେଟ ଛକ ନିକଟରେ ହୋଇଛି ଲୁଟ । ଲୁଟର ଶିକାର ହୋଇଥିବା ବ୍ୟାଙ୍କ କର୍ମଚାରୀ ସରିତା ସାମଲଙ୍କ ଗାଡ଼ି ଡିକିରୁ ହୀରାମୁଦି ଲୁଟ ହୋଇଛି ।

ଗତ ଶୁକ୍ରବାର ରାତିରେ ବ୍ୟାଙ୍କ କର୍ମଚାରୀ ମାର୍କେଟ ଛକର ଏକ ଲଜ ସମ୍ମୁଖରେ ସ୍କୁଟି ପାର୍କିଂ କରି ଲଜକୁ ଯାଇଥିଲେ । ଗାଡ଼ି ଡିକିରେ ହୀରାମୁଦି ଥିବା ପର୍ସଟିକୁ ଛାଡ଼ି ଯାଇଥିଲେ । ଲୁଟେରା ଜଣଙ୍କ ହ୍ୟାପପ୍ୟାଣ୍ଡ ଓ ଟି-ସାର୍ଟ ପିନ୍ଧି ବେକରେ ଗାମୁଛା ପକାଇ ଚୋରୀ କରୁଥିବା ସିସିଟିଭିରେ ଦେଖିବାକୁ ମିଳିଛି । ବାସ୍ତବିକରେ ସେ ଜଣେ ଯୁବତୀ ବୋଲି ଜଣାପଡ଼ିଛି । ଏନେଇ କୁମ୍ଭାରପଡ଼ା ଥାନାରେ ଏତଲା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।