ସରକାରୀ ଯୋଜନା ନାଁରେ ଠକେଇ ! ଜାଗା ମିଶନ କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ହିତାଧିକାରୀଙ୍କୁ ଠକିବା ପାଇଁ ଉଦ୍ୟମ ।

104

କନକ ବ୍ୟୁରୋ : ସରକାରୀ ଯୋଜନା ନାଁରେ ଠକେଇ । ଜାଗା ମିଶନ ଯୋଜନାରେ ଜାଲିଆତି । ଏପରି ଅଭିଯୋଗ ଆସିଛି ପୁରୀର ପେଣ୍ଠକଟାରୁ । କିଛି ଲୋକଙ୍କୁ ପଟ୍ଟା ଦେବା ପାଇଁ ପୌରସଂସ୍ଥାର ଷ୍ଟାମ୍ପ ଥିବା ଚିରକୁଟ ଦିଆଯାଇଛି । ଯେଉଁଥିରେ ପଟ୍ଟା ପାଇଁ ଟଙ୍କା ଦେବାକୁ ଲେଖା ରହିଛି । ଏହି ଚିରକୁଟ୍ ଜଣେ କାଉନସିଲର ଦେଇଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ପୌରସଂସ୍ଥା ହିତାଧିକାରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି । ପୌରସଂସ୍ଥା କାହାକୁ ଚିରକୁଟ ଦେଇନି, ଏହାର ତଦନ୍ତ କରାଯିବ ବୋଲି ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି । ସହରାଂଚଳ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ବଂଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନଭେମ୍ବର ୧୫ରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏବେ ଏଥିରେ ଜାଲିଆତି ହିତାଧିକାରୀଙ୍କ ଚିନ୍ତା ବଢାଇ ଦେଇଛି । ପଟ୍ଟା ପାଇଁ ଟଙ୍କା ମଗାଯାଉଥିବାରୁ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।