ଉତ୍କଳ-କଳିଙ୍ଗ ଏକ୍ସପ୍ରେସ ଦୁର୍ଘଟଣା, ଓଡିଶାର ୩ ଜଣ ଯାତ୍ରୀ ଆହତ ,କ୍ଷତିଗ୍ରସ୍ତ ହୋଇନି ସାଧାରଣବଗି : ପୂର୍ବତଟ ରେଳବାଇ ପିଆରଓଙ୍କ ସୂଚନା

27

କନକ ବ୍ୟୁରୋ : ପୁରୀ-ହରିଦ୍ୱାର କଳିଙ୍ଗ-ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ୧୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୭ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଓଡିଶାର ୯୯ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ସାଧାରଣ ବଗି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇ ନାହିଁ । ମୃତକଙ୍କ ମଧ୍ୟରରୁ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରେ ଓଡିଶାରେ କେହି ନାହାନ୍ତି ତେବେ ମୃତକଙ୍କୁ ଚିହ୍ନିବା କଷ୍ଟକର ହୋଇପଡିଛି । ସାମାନ୍ୟ ଆହତଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଛି । ପୁରୀ-ହରିଦ୍ୱାର କଳିଙ୍ଗ-ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ସୁରେଶ ପ୍ରଭୁ । ଯଦି କେହି ତ୍ରୁଟି କରିଥାନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ରେଳମନ୍ତ୍ରୀଙ୍କ ନିର୍ଦେଶ ପରେ ତଦନ୍ତ ଜାରି ରହିଥିବା କହିଛନ୍ତି ପୂର୍ବତଟ ରେଳବାଇ ଲୋକ ସମ୍ପର୍କ ଅଧିକାରୀ ।

ଆଜି ସକାଳୁ ମଧ୍ୟ ଉଦ୍ଧାର କାମ ଜାରି ରହିଛି । ଟ୍ରାକ୍ ଉପରୁ ବଗିକୁ ହଟାଯାଉଛି । ଟ୍ରାକ ମରାମତି କରାଯାଉଛି । କ୍ରେନ ସାହାଯ୍ୟରେ ବଗି ଉପରକୁ ମାଡି ଯାଇଥିବା ବଗିକୁ ଉଠା ଯାଉଛି । ଟ୍ରାକରେ କିଭଳି ରେଳ ଚଳାଚଳ ସ୍ୱାଭାବିକ ହେବ ତା ଉପରେ ଗୁରୁତ୍ୱ ଦିଆଯାଇଛି । ରେଳ କର୍ମଚାରୀମାନେ ରେଳ ଧାରଣାରୁ ଭଙ୍ଗା ବଗିକୁ ଉଠାଉଛନ୍ତି । ଦୁର୍ଘଟଣା ପରେ ଖୌତଲି ରୁଟରେ ୨ଟି ଟ୍ରେନକୁ ବାତିଲ କରାଯାଇଛି । ସେହିପରି ଗୋଟିଏ ରେଳର ଗତିପଥକୁ ପରିବର୍ତନ କରାଯାଇଛି । ଆଜି ହରୀଦ୍ୱାରକୁ ଆସିବାକୁ ଥିବା ୧୮୪୭୮ ନମ୍ବର ହରିଦ୍ୱାର-ପୁରୀ ଉତ୍କଳ ଏକ୍ସପ୍ରେସ ବାତିଲ ହୋଇଛି । ସେହିଭଳି ୨୨ ତାରିଖ ପୁରୀରୁ ଛାଡିବାକୁ ଥିବା ୧୮୪୭୭ ନମ୍ବର ହରିଦ୍ୱାର-ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି ।

– ଦୁର୍ଘଟଣାରେ ୨୦ ଜଣ ଯାତ୍ରୀଙ୍କର ମୃତ୍ୟୁ

-୧୩୦ ଜଣ ଯାତ୍ରୀ ଆହତ

-୯୭ ଯାତ୍ରୀଙ୍କ ଅବସ୍ଥା ଗୁରୁତର

-ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଓଡିଶାର ୯୯ ଯାତ୍ରୀ ଥିଲେ

-ସେମାନଙ୍କ ମଧ୍ୟରୁ ୩ ଜଣ ଆହତ

-ସାଧାରଣ ବଗି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇ ନାହିଁ