ଦୁଇ ଦିଦ ବନ୍ଦ ରହିବ ପୁରୀରେ ଉଚ୍ଛେଦ ପ୍ରକ୍ରିୟା । ଏମାର ମଠରେ ଥିବା ମନ୍ଦିର ଓ ବାକି କୋଠରୀର ଯାଞ୍ଚ କରିବେ ସ୍ୱତନ୍ତ୍ର ଟିମ୍ ।

366

କନକ ବ୍ୟୁରୋ : ଆସନ୍ତା ୨ ଦିନ ପୁରୀରେ ବନ୍ଦ ରହିବ ଉଚ୍ଛେଦ କାର୍ଯ୍ୟ । ଆସନ୍ତାକାଲି ଓ ଗଣେଶ ପୂଜା ଦୁଇଦିନ ଧରି ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଏମାର ମଠରେ ଥିବା ମନ୍ଦିର ଓ ବାକି କୋଠରୀର ଯାଞ୍ଚ କରାଯିବ । ସ୍ୱତନ୍ତ୍ର ଟେକ୍ନିକାଲ ଟିମ୍ ଏହାର ଯାଞ୍ଚ କରିବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ।

ଗତ ଏକ ସପ୍ତାହ ଧରି ପୁରୀରେ ଉଚ୍ଛେଦ କାମ ଜାରି ରହିଛି । ପ୍ରଥମେ ମେଘନାଦ ଚାରିପାଖରେ ଉଚ୍ଛେଦ କରାଯାଇଥିଲା । ପରେ ଲଙ୍ଗୁଳି ମଠ ଭଙ୍ଗାଯିବା ପରେ ଏବେ ଏମାର ମଠ ଉଚ୍ଛେଦ ପ୍ରକିୟା ଜାରି ରହିଛି । ଏପରିକି ସୌନ୍ଦ୍ୟର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିରର ଚର୍ତୁପାଶ୍ୱର୍ରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟାକୁ ସୁପ୍ରିମକୋର୍ଟରେ କିଛି ବ୍ୟକ୍ତି ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ ଏହି ମାମଲାକୁ ଖାରଜ କରି ଉଚ୍ଛେଦ ପ୍ରକିୟା ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର ସୁପ୍ରିମକୋର୍ଟ । ଏହାପରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । କିନ୍ତୁ ଆସନ୍ତାକାଲି ଓ ଗଣେଶ ପୂଜା ଦୁଇଦିନ ଧରି ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।