ଏମାର ମଠରେ ନୂଆ ଟ୍ରଷ୍ଟକୁ ଦାୟିତ୍ୱ ହସ୍ତାନ୍ତର ପ୍ରସଙ୍ଗ : ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମଠରେ ପ୍ରବେଶ କଲେ ନୂଆ ଟ୍ରଷ୍ଟର ସଦସ୍ୟ

ଆଗରୁ ଦାୟିତ୍ୱ ହସ୍ତାନ୍ତର ପାଇଁ ସହଯୋଗ କରୁନଥିଲେ ମଠ ମହନ୍ତ

123

କନକ ବ୍ୟୁରୋ : ପୁରୀର ଏମାର ମଠର ନୂଆ ଟ୍ରଷ୍ଟିର କାର୍ଯ୍ୟଭାର ଗ୍ରହଣକୁ ନେଇ ବିବାଦ ଲାଗି ରହିଥିବା ବେଳେ, ଆଜି ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଠରେ ପ୍ରବେଶ କରିଛନ୍ତି ଏମର ମଠର ଟ୍ରଷ୍ଟର ସଦସ୍ୟମାନେ । ପୁରୀର ଏହି ଐତିହ୍ୟ ସଂପନ୍ନ ମଠର ପରିଚାଳନା ଦାୟିତ୍ୱ ଟ୍ରଷ୍ଟ ହାତକୁ ଯିବା ପରେ ମଧ୍ୟ ମଠର ମହନ୍ତ ମହାରାଜ ଏଥିରେ ସହ ଯୋଗ କରୁନଥିଲେ । ଏହି ପ୍ରସଙ୍ଗକୁ ନେଇ ମଠର ନୂଆ ଟ୍ରଷ୍ଟ ବୋର୍ଡ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ।

ଏହା ପରେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏମାର ମଠର ଟ୍ରଷ୍ଟର ନୂଆ ସଦସ୍ୟମାନେ ଏମାର ମଠରେ ପ୍ରବେଶ କରିଛନ୍ତି । ଏମାର ମଠର ନୂଆ ଟ୍ରଷ୍ଟ ବୋର୍ଡ ଅନୁସାରେ ଝଞ୍ଜାପିଟା ମଠର ମହନ୍ତ ବାବା ସଚ୍ଚିଦାନନ୍ଦ ମହାରାଜଙ୍କୁ ମଠର ଦାୟିତ୍ୱ ଦିଆଯାଇଛି । ଆଜି ମାଜି ଷ୍ଟ୍ରେଟ୍ ଦୁଇ ପ୍ଲାଟୁନ୍ ଫୋର୍ସ ଉପସ୍ଥିତିରେ ଏମାର ମଠର ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।