ସାକ୍ଷୀ ରହିଲେ ଜଗନ୍ନାଥ ! ପୁରୀ ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ଘଟଣାରେ ସଂପୃକ୍ତ କନେଷ୍ଟବଳଙ୍କୁ ସସପେଣ୍ଡ ।

284

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ନାବାଳିକାକୁ ଅସଦାଚରଣ ଘଟଣାରେ ସଂପୃକ୍ତ କନେଷ୍ଟବଳ ସସପେଣ୍ଡ । ଅଭିଯୁକ୍ତ କନେଷ୍ଟବଳ ଛୁକେଶ ମେହେରକୁ ନିଲମ୍ବିତ କରାଯାଇଛି । ସିସିଟିଭି ଫୁଟେଜ ଯାଂଚ ଆଧାରରେ କନେଷ୍ଟବଳକୁ ନିଲମ୍ବିତ କରାଯାଇଛି । ଜଗନ୍ନାଥ ଦର୍ଶନ ପାଇଁ ଯାଜପୁର ଜିଲ୍ଲାର ଏକ ୧୫ ବର୍ଷିୟ ନାବାଳିକାଙ୍କୁ ପୁଲିସ୍ ଅସଦାଚାରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । 

ଅଭିଯୋଗ ଅନୁସାରେ ଶ୍ରୀମନ୍ଦିର ବାହାରକାଠ ନିକଟରେ ପୁଲିସ କର୍ମଚାରୀ ନାବାଳିକାକୁ ଅସଦାଚରଣ କରିଥିଲେ । ଏହା ପରେ ନାବାଳିକା ଜଣକ କାନ୍ଦି କାନ୍ଦି ସିଂହଦ୍ୱାର ଥାନାରେ ପରିବାର ଲୋକ ସହ ଏନେଇ ଅଭିଯୋଗ କରିବା ସହ ଏତଲା ଦେଇଥିଲେ । ଏହା ପରେ ସଂପୃକ୍ତ କନେଷ୍ଟବଳଙ୍କୁ ଚିହ୍ନଟ କରାଯାଇଥିଲା । ତାଙ୍କୁ ପୁରୀ ସିଂହଦ୍ୱାର ପୁଲିସ ଅଟକ ରଖାଯାଇଥିବା ଜଣପଡିଛି । ସିସିଟିଭି କ୍ୟାମେରା ଯାଂଚ କରାଯିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।