ବାବୁଙ୍କ ସହ ବାବୁଙ୍କ ବଚସା : ସରକାରୀ ସଭାରେ ପୁରୀ ଜିଲ୍ଲାପାଳଙ୍କ ସହ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ଯୁକ୍ତିତର୍କ

46

ପୁରୀ : ପୁଣି ପୁରୀ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର । ନୀଳାଦ୍ରି ବିଜେ ସମୟରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ସେବାୟତଙ୍କ ଦୁର୍ବ୍ୟବହାରର ଚିତ୍ର ଆପଣ ଜାଣିଥିଲେ । ଏବେ ଜଣେ ଅଫିସର ଜିଲ୍ଲାପାଳଙ୍କ ସହ ପାଟିତୁଣ୍ଡ କରୁଛନ୍ତି । ପୁରୀ ସର୍କିଟ ହାଉସଠାରେ ବିଚ୍ କାର୍ଣ୍ଣିଭାଲ ଓ ରାଜ୍ୟ ଯୁବ ମହୋତ୍ସବର ପ୍ରସ୍ତୁତି ବୈଠକ ସମୟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

ଯେଉଁଠାରେ ଅନ୍ୟଜଣେ ଅଧିକାରୀ  ଖୁବଜୋର ପାଟିରେ ଜିଲ୍ଲାପାଳଙ୍କ ସହ ଯୁକ୍ତିତର୍କ କରୁଛନ୍ତି । ଏ ଅଫିସର ଜଣକ ହେଉଛନ୍ତି ପୁରୀ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲଲାତେନ୍ଦୁ ମହାପାତ୍ର । କଥାହେଲା ରାଜ୍ୟ ଯୁବ ମହୋତ୍ସବକୁ ସୁଚାରୁ ରୂପେ ସଂପାଦନ କରିବା ଲାଗି କେତେକ ସବ କମିଟି ଗଠନ କରିଛନ୍ତି ପୁରୀ ଜିଲ୍ଲାପାଳ । ତେବେ ରାଜ୍ୟ ଯୁବ ମହୋତ୍ସବର ଗଣମାଧ୍ୟମ ଦାୟିତ୍ୱ ଉପଜିଲ୍ଲାପାଳଙ୍କୁ ଦିଆଯାଇଛି । ହେଲେ ଏହାକୁ ନେଇ ଡିଆଇପିଆରଓଙ୍କ ଆପତି ।

ଏନେଇ କ୍ରୀଡା ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ । ଜିଲ୍ଲାପାଳ ଏ ସଂପର୍କରେ ପ୍ରଶ୍ନ କରିବାରୁ ଉତକ୍ଷିପ୍ତ ହୋଇପଡିଥିଲେ । ତାଙ୍କ ଆତ୍ମ ସ୍ୱାଭିମାନକୁ ଜିଲ୍ଲାପାଳ ବଳି ପକାଇ ଦେଉଥିବା ଅଭିଯୋଗ କରିଥିଲେ । ଉପଜିଲ୍ଲାପାଳଙ୍କ ଅଧିନରେ କାମ କରିବାକୁ ସେ ରାଜି ନୁହନ୍ତି । ସେଥିପାଇଁ ସଭା ମଝିରେ ଜିଲ୍ଲାପାଳଙ୍କୁ ଆପତି ଜଣାଇଥିଲେ କିଛି ଏହିଭଳି ଢଙ୍ଗରେ । ଏଥିରେ ବି ଉତକ୍ଷିପ୍ତ ହୋଇପଡିଥିଲେ ଜିଲ୍ଲାପାଳ । ଦୁହିଁଙ୍କ ଭିତରେ ବାକ ବିତଣ୍ଡା ରେକର୍ଡ ହୋଇଛି କନକ କ୍ୟାମେରାରେ । ସଭାରେ ଉପସ୍ଥିତ ଅନ୍ୟ ଅଧିକାରୀ ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଡିଆଇ ପିଆରଓଙ୍କୁ ସେଠାରୁ ଟାଣି ନେଇଥିଲେ ମଧ୍ୟ ସେ ପାଟିତୁଣ୍ଡ ଜାରି ରଖିଥିଲେ । ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତିଙ୍କ ତାଗିଦକୁ ମଧ୍ୟ ଖାତିର କରିନଥିଲେ ।

ଦେଖନ୍ତୁ ଏହି ଭିଡିଓ –