ମାଡି ଆସିଲା ସମୁଦ୍ର ଜୁଆର : ଗାଁ ଦାଣ୍ଡରେ ଚାଲିଲା ଡଙ୍ଗା

131

କନକ ବ୍ୟୁରୋ : ଗାଁ ଦାଣ୍ଡରେ ଚାଲିଲା ଡ଼ଙ୍ଗା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁ ଭିତରକୁ ସମୁଦ୍ର ଜୁଆର ପଶିଆସିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଘୁଚାପ ପ୍ରଭାବରେ ଗାଁ ଭିତରକୁ ସମୁଦ୍ର ଜୁଆର ପଶିଆସିଛି । ଫଳରେ ପାଣି ଘେରରେ ରହିଛି ଲୋକଙ୍କ ଘର ଦ୍ୱାର । ଏପରିକି ଅରଖକୁଦା ମେରାଇନ ଥାନା ମଧ୍ୟ ପାଣି ଭିତରେ ରହିଛି ।

୩ରୁ ୪ଫୁଟ ଉଚ୍ଚତାରେ ପାଣି ଜମି ରହିବାରୁ ଲୋକେ ଡ଼ଙ୍ଗାରେ ଯାତାୟତ କରୁଛନ୍ତି । ବିଦ୍ୟାଳୟ ପାଣି ଘେରରେ ରହିଥିବା ବେଳେ ଶିକ୍ଷକ ମାନେ ଡ଼ଙ୍ଗାରେ ବସି ବିଦ୍ୟାଳୟକୁ ଯାଉଥିବାର ଦେଖିବାକୁ ମିଳିଛି । ଚିଲିକାରେ ୬ଟି ମୁହାଣ ଖୋଲିବା ପରେ ସମୁଦ୍ର ଜୁଆର ସିଧାସଳଖ ଗାଁ ଭିତରେ ପଶୁଛି । ସୁରକ୍ଷା ପ୍ରାଚୀର ନଥିବାରୁ ବିପଦ ସଙ୍କୁଳ ଭାବେ ଜୀବନ କାଟୁଛନ୍ତି ସମୁଦ୍ର କୂଳିଆ ବାସିନ୍ଦା ।