ପୁରୀରେ ଆରମ୍ଭ ହୋଇଥିବା ‘ଡ୍ରିଙ୍କ ଫ୍ରମ ଟ୍ୟାପ୍’ ମଡେଲ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା : କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ କଲା ପ୍ରଶଂସା

98

କନକ ବ୍ୟୁରୋ : ପୁରୀରେ ଆରମ୍ଭ ହୋଇଥିବା ଡ୍ରିଙ୍କ ଫର୍ମ ଟ୍ୟାପ୍ ମଡେଲ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ପ୍ରଶଂସା କରିଛି କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ । ଦେଶର ଅନ୍ୟ ସହରଗୁଡିକ ଏହାକୁ ଅନୁକରଣ କରିବା ପାଇଁ ମତ ଦେଇଛନ୍ତି କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ସଚିବ ଦୁର୍ଗାଶଙ୍କର ମିଶ୍ର ।

ସୋମବାର ଦିନ ପୁରୀରେ ଏହି ଆକାଂକ୍ଷିତ ପ୍ରକଳ୍ପ ଉଦଘାଟିତ ହୋଇଛି । ଦେଶର ପ୍ରଥମ ସହର ଭାବେ ପୁରୀରେ ୨୪ ଘଂଟିଆ ବିଶୁଦ୍ଧ ଓ ଉଚ୍ଚମାନର ଜଳ ଯୋଗାଇ ଦିଆଯାଉଛି । ପୁରୀରେ ଶହେ ପ୍ରତିଶତ ଘରେ ମିଟର ଲଗାଯାଇ ଦିନରାତି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଲଣ୍ଡନ, ସିଙ୍ଗାପୁର ଓ ନ୍ୟୁୟର୍କ ଭଳି ବିଶ୍ୱସ୍ତରୀୟ ସହରଗୁଡିକ ସହ ଏହି ସହର ସମକକ୍ଷ ହୋଇପାରିଛି । ଦିଲ୍ଲୀର ଅଧୀକ୍ଷଣ ଯନ୍ତ୍ରୀ ମଧ୍ୟ ପୁରୀର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଏହି ଅତ୍ୟାଧୁନିକ ଜଳ ଯୋଗାଣ ବ୍ୟବସ୍ଥାର ପ୍ରଶଂସା କରିଛନ୍ତି ।