ଲାଲକିଲ୍ଲା ହିଂସା ପରେ ବିବାଦରେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ । ପ୍ରଧାନମନ୍ତ୍ରୀ ଓ ଶାହଙ୍କ ସହ ଫଟୋ ଭାଇରାଲ । କୃଷକ ମାନଙ୍କୁ ଉସୁକାଇବା ନେଇ ଆସିଲା ଅଭିଯୋଗ ।

313

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ହିଂସା ପରେ ବିବାଦ ଘେରକୁ ଆସିଯାଇଛନ୍ତି ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ । ସେ କୃଷକଙ୍କ ଭିଡକୁ ଲାଲକିଲ୍ଲୀ ଆଡକୁ ନେଇଥିବା ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ଆଉ ପ୍ରତିବାଦକାରୀ ଲାଲକିଲ୍ଲାରେ ପହଂଚିବା ପରେ ହିଁ ବ୍ୟାପିଥିଲା ହିଂସା । ଏପରିକି ଲାଲକିଲ୍ଲାରେ ଶିଖ ସମ୍ପ୍ରଦାୟର ପତାକା ଲଗାଇଥିବା ନେଇ ମଧ୍ୟ ତାଙ୍କ ନାଁ ଉଠିଛି । ସିଦ୍ଧୁଙ୍କ ସହ ଅନ୍ୟ ଜଣେ ଲାଖା ସିଦ୍ଧାନା କୃଷକଙ୍କୁ ଲାଲକିଲ୍ଲା ଆଡକୁ ଯିବାକୁ ଉସୁକାଇଥିବା ଅଭିଯୋଗ ହୋଇଛି । ଲାଲକିଲ୍ଲାରେ ଅଭାବନୀୟ ଘଟଣା ପରେ ବିବାଦରେ ପଡିଥିବା ଦୀପ୍ ସିଦ୍ଧୁ ସଫେଇ ଦେଇଛନ୍ତି ।

ଦୀପ୍ ସିଦ୍ଧୁ ସେତେବେଳେ ଚର୍ଚ୍ଚାରେ ଆସିଥିଲେ, ଯେତେବେଳେ ୨୦୧୯ରେ ବିଜେପି ଟିକେଟରେ ପଂଜାବ ଗୁରଦାସପୁରରୁ ନିର୍ବାଚନ ଲଢୁଥିବା ସନ୍ନି ଦେଓଲଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା । ତେବେ ପରେ ପରେ ତାଙ୍କ ସହ ଆଉ କୌଣସି ସମ୍ପର୍କ ରଖିନଥିଲେ ସନ୍ନି ଦେଓଲ । ଏନେଇ ପୂର୍ବରୁ ମଧ୍ୟ ଟ୍ୱିଟ କରି ସଫେଇ ରଖିଥିଲେ । ଏବେ ପୁଣି ଥରେ ଟ୍ୱିଟ କରି ଦୀପ ସିଦ୍ଧୁ କିଏ ସେ ତାଙ୍କୁ ଜାଣି ନାହାନ୍ତି ବୋଲି ଲେଖିଛନ୍ତି ସନ୍ନି ଦେଓଲ । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଏକାଧିକ ନଜର ଆସିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା । ସେପଟେ ଦୀପ୍ ସିଦ୍ଧୁ ବିଜେପିର ଏବଂ ସେ ଜାଣିଶୁଣି ଏପରି କାଣ୍ଡ ଭିଆଇଥିବା ଚାଷୀ ନେତା ରାକେଶ ଟିକାୟତ ଅଭିଯୋଗ କରିଛନ୍ତି ।

ଦୀପ ସିଦ୍ଧୁ କିଏ?
– ପଞ୍ଜାବୀ ଫିଲ୍ମର ଜଣାଶୁଣା ଅଭିନେତା ୩୬ବର୍ଷୀୟ ଦୀପ ସିଦ୍ଧୁ
– ୨୦୧୫ରେ ତାଙ୍କ ପ୍ରଥମ ଫିଲ୍ମ ରିଲିଜ ହୋଇଥିଲା ‘ରମତା ଯୋଗୀ’
– ୨୦୧୮ରେ ପଞ୍ଜାବୀ ଫିଲ୍ମରେ ନେଗେଟିଭ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ
-ମଡେଲ, ଆଇନଜୀବୀ, କ୍ୟାମ୍ପେନ ମ୍ୟାନେଜର ଓ ସାମାଜିକ କର୍ମୀ
– ୨୦୧୯ରେ ଅଭିନେତା ସନ୍ନି ଦେୱଲଙ୍କ ସହ ମିଶି ଗୁରୁଦାସପୁରରେ ନିର୍ବାଚନ ପ୍ରଚାର କରିଥିଲେ