ପଞ୍ଜାବ କିଙ୍ଗସକୁ ଆଉ ଏକ ଝଟକା: ରାହୁଲଙ୍କ ପରେ ଆଉ ଜଣେ ଛାଡିଲେ ଟିମ

367

କନକ ବ୍ୟୁରୋ: ଆଇପିଏଲ ୨୦୨୨ ପାଇଁ ରିଟେନସନ ପ୍ରକ୍ରିୟା ଶେଷ ହୋଇ ଯାଇଛି । ହେଲେ ଏଥିରେ ପଞ୍ଜାବ ଟିମକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି । ପ୍ରଥମେ ଅଧିନାୟକ କେଏଲ ରାହୁଲ ଦଳରୁ ବାହାରି ସାରିଥିବା ବେଳେ ଏବେ ଆସିଷ୍ଟାଣ୍ଟ କୋଚ ଏଣ୍ଟି ଫ୍ଲାବର ଇସ୍ତଫା ଦେଇଛନ୍ତି । ଏବେ ୨୦୨୨ ଆଇପିଏଲ ପାଇଁ ନିଜ ଟିମକୁ ଆହୁରି ଶକ୍ତିଶାଳୀ କରିବାକୁ ହେବ ।

ଏଣ୍ଟି ଫ୍ଲାବର ଜିମ୍ବାୱେ ଦଳର ଜଣେ କିମ୍ବଦନ୍ତୀ ଖେଳାଳି । ସେ ଇଂଲଣ୍ଡର କୋଚ ମଧ୍ୟ ରହିସାରିଛନ୍ତି । ୨୦୨୦ରେ ସେ ଆଇପିଏଲରେ ଏଣ୍ଟ୍ରି କରିଥିଲେ । ଆଉ ପଞ୍ଜାବ କିଙ୍ଗସର ଆସିଷ୍ଟାଣ୍ଟ କୋଚ ଭାବେ ଦାୟିତ୍ୱ ନେଇଥିଲେ । କୁହାଯାଉଛି କି ଏବେ ଏଣ୍ଟି ଫ୍ଲାବର ଲକ୍ଷ୍ନୌ କିମ୍ବା ଅହମ୍ମଦାବାଦ ସହ ଯୋଡି ହୋଇପାରନ୍ତି ।

ଚଳିତ ବର୍ଷ ପଞ୍ଜାବ ଦୁଇ ଜଣ ଖେଳାଳିଙ୍କୁ ରିଟେନ ରଖିଛି । ମୟଙ୍କ ଅଗ୍ରୱାଲଙ୍କୁ ୧୨ କୋଟି, ଅର୍ଶଦୀପଙ୍କୁ ୪ କୋଟିରେ ରିଟେନ କରିଛି । ପଞ୍ଜାବ କହିଛି କି ଆମେ ରାହୁଲଙ୍କୁ ଦଳରେ ରଖିବାକୁ ଚାହୁଁଥିଲୁ ହେଲେ ସେ ନିଜ ଆଡୁ ଅକ୍ସନରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ରାହୁଲ ବି କୌଣସି ନୂଆ ଦଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।