କନକ ବ୍ୟୁରୋ: ଆଇପିଏଲରେ ଶନିବାର ଖେଳାଯାଇଥିବା ଡବଲ୍ ହେଡର୍ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗସର ରୋମାଂଚକର ବିଜୟ । ୱାଙ୍ଖଡେରେ ଖେଳାଯାଇଥିବା ମ୍ୟାଚରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂରେ ଶେଷ ଓଭରରେ ପଞ୍ଜାବ କିଙ୍ଗସ ୧୩ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ ହରାଇ ୨୧୪ ରନ୍ କରିଥିଲା । ଦଳ ପକ୍ଷରୁ ଅଧିନାୟକ ସାମ୍ କୁରାନ୍ ସର୍ବାଧିକ ୫୫ ରନ୍ କରିଥିଲା ବେଳେ ହରପ୍ରୀତ ସିଂହ ୪୧ ରନ୍, ଅର୍ଥବ ତାଇଡେ ୨୯ ଓ ଜିତେଶ ଶର୍ମା ୨୫ ରନ୍ କରିଥିଲେ । ୨୧୫ ରନର ଲକ୍ଷ୍ୟର ପିଛା କରି ମୁମ୍ବାଇ ୬ ୱିକେଟ୍ ହରାଇ କରିଥିଲା ୨୦୧ ରନ୍ ।

Advertisment

ଅଷ୍ଟ୍ରେଲୀୟ ଅଲରାଉଣ୍ଡର କାମେରନ୍ ଗ୍ରୀନ୍ ୬୭ ରନ୍, ସୂର୍ଯ୍ୟକୁମାର ଯାଦବ ୫୭ ଓ ଅଧିନାୟକ ରୋହିତ ଶର୍ମା ୪୪ ରନ୍ କରିଥିଲେ । ଅନ୍ୟଏକ ଲୋ’ସ୍କୋରିଂ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଠାରୁ ୭ ୱିକେଟରେ ହାରିଛି ଲକ୍ଷେ୍ନø ସୁପର ଜାଏଂଟସ୍ । ଗୁଜରାଟ ୬ ୱିକେଟ୍ ହରାଇ ୧୩୫ ରନ୍ କରିଥିଲା । ଏହାର ଜବାବରେ ଲକ୍ଷେ୍ନø ଟିମ୍ ୭ ୱିକେଟ୍ ହରାଇ ୧୨୮ ରନ୍ କରିବାକୁ ସକ୍ଷମ ହୋଇଥିଲା ।