ନିଃସଙ୍ଗ ରହିବେନି ଆଉ ବିଧବା ! ଆପ୍ ଯୋଗାଇଦେବ ଜୀବନସାଥୀ , ଜାଣନ୍ତୁ ଏହି ପୁରା ରିପୋର୍ଟ
ପାଟନା: ବିହାରରେ ବିଧବାଙ୍କ ବଢ଼ନ୍ତା ସଂଖ୍ୟା ଓ ସମସ୍ୟାକୁ ଦୃଷ୍ଟିରେ ରଖି ବିହାର ରାଜ୍ୟ ମହିଳା ଆୟୋଗ ସେମାନଙ୍କ ପୁର୍ନବିବାହ କରିବା ଯୋଜନା ଆରମ୍ଭ କରିବା ସହିତ ବିଧବାଙ୍କୁ ଏକ ମଞ୍ଚ ସହିତ ଯୋଡ଼ିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ‘ଚଲୋ ଚଲୋ ପୁନର୍ବିବାହ କି ବାତ୍ କରେଁ’ ନାମରେ ଏକ ଆପ୍ ଆଗାମୀ ମାସରେ ବିହାରରେ ଲଞ୍ଚ କରଯିବା ନେଇ ଯୋଜନା ଚାଲିଛି। ଏହି ଆପ୍ ଜରିଆରେ ବିଧବାମାନେ ଖୁବ୍ ସୁବିଧାରେ ତାଙ୍କ ପାଇଁ ଉପଯୁକ୍ତ ବର ଖୋଜି ପାଇ ପାରିବେ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ରାଜ୍ୟ ମହିଳା ଆୟୋଗ ଦ୍ୱାରା ‘ଚଲୋ ଚଲୋ ପୁନର୍ବିବାହ କି ବାତ୍ କରେଁ’ ଆପ୍ର ଜୋରସୋର ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ଏହି ଆପ୍ ବିଧବା ମହିଳାଙ୍କ ସହିତ ଏକାକୀ ରହୁଥିବା ମହିଳାଙ୍କୁ ବି ସାହାଯ୍ୟ କରିବ। ବିଧବା ମହିଳାଙ୍କୁ ସର୍ବପ୍ରଥମେ ଏହି ଆପ୍ରେ ନିଜର ଠିକଣା, ନାମ ଓ ବୟସ ସହିତ ପାଠପଢ଼ା ଯୋଗ୍ୟତା, ମୋବାଇଲ ନମ୍ବର ଆଦି ପଞ୍ଜିକୃତ କରିବାକୁ ପଡ଼ିବ। ଏହି ଆପ୍କୁ ସରକାରୀ ଯୋଜନା ସହିତ ବି ଯୋଡ଼ା ଯିବାର ଲକ୍ଷ୍ୟ ରଖାଯାଇଛି।
ରାଜ୍ୟ ମହିଳା ଆୟୋଗର ସଦସ୍ୟ ଉଷା ବିଦ୍ୟାର୍ଥୀ କହିଛନ୍ତି, ‘ଆପ୍ ପ୍ରସ୍ତୁତି କରିବାର କାମ ଚାଲିଛି। ସର୍ବପ୍ରଥମେ ସାମାଜିକ କାର୍ଯ୍ୟକର୍ତ୍ତା ଓ ସରକାରଙ୍କ ସାହାଯ୍ୟରେ ବିହାରରେ ଥିବା ସମସ୍ତ ବିଧବା ମହିଳାଙ୍କ ତାଲିକା ପ୍ରସ୍ତୁତ କରାଯିବ। ଏହାପରେ ବିବାହ ପାଇଁ ସେମାନଙ୍କ ନାମ ପଞ୍ଜିକୃତ କରାଯିବ। ଏବେ ବି ବିଧବା ମହିଳାଙ୍କୁ ନିର୍ଯ୍ୟାତନା ଦେବା ସହିତ ଦୁର୍ବ୍ୟବହାର କରାଯାଉଥିବା ଘଟଣାମାନ ସାମ୍ନାକୁ ଆସୁଛି । ଏପରି କି ସ୍ୱାମୀରୁ ମୃତ୍ୟୁ ପରେ ସ୍ୱାମୀଙ୍କ ସମ୍ପତ୍ତିରୁ ସ୍ତ୍ରୀକୁ ଭାଗ ଦିଆଯାଉ ନଥିବାର ମାମଲା ଶୁଣିବାକୁ ମିଳୁଛି ।
ଅନ୍ୟପକ୍ଷରେ ଝିଅ ବିଧବା ହୋଇଗଲେ ବାପାଘର ଲୋକେ ବି ଝିଅକୁ ଘରେ ରଖିବା ପାଇଁ ଅସନ୍ତୋଷ ବ୍ୟକ୍ତ କରିଥାଆନ୍ତି। ଏହିସବୁ ଅସୁବିଧାକୁ ଦୃଷ୍ଟିରେ ରଖି ମହିଳା ଆୟୋଗ ଏଭଳି ନିଷ୍ପତ୍ତି ନେଇଛି। ଏହାଦ୍ୱାରା ନିଃସଙ୍ଗ ଓ ବିଧବା ମହିଳାଙ୍କୁ ଜଣେ ଜୀବନ ଜିଇଁବା ପାଇଁ ଏକ ସାଥୀଟିଏ ମିଳିଯିବ । ଏଥିସହିତ ସେମାନଙ୍କ ସହିତ ହେଉଥିବା ଅନ୍ୟାୟ, ଅତ୍ୟାଚର ମାମଲା ବି ହ୍ରାସ ପାଇ ପାରିବ।
( ସୌଜନ୍ୟ- ନ୍ୟୁଜ୍ ଟ୍ରାକ୍)