କନକ ବ୍ୟୁରୋ : ଆଜି ବନ୍ଦ ରହିବ ଜଗା ଦର୍ଶନ । ଅପରାହ୍ଣ ୩ଟାରୁ ୮ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ଭାଦ୍ରବ-କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ପ୍ରଥମ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ୫ ଘଣ୍ଟା ଧରି ବନ୍ଦ ରହିବ ସାଧାରଣ ଦର୍ଶନ । ବିଗ୍ରହମାନଙ୍କର ଶ୍ରୀମୁଖରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ ପଟିକୁ ରାହୁ ରେଖା କୁହଯାଏ ।

Advertisment

ଗୋପାଳବଲ୍ଲଭ ଭୋଗ ବଢ଼ିବା ପରେ ତଢ଼ାଉ କରଣ ଓ ଦେଉଳକରଣ ଭଣ୍ଡାର ମେକାପଙ୍କୁ କହି ଭଣ୍ଡାରରୁ ମୁଦ ହୋଇ ରହିଥିବା ସୁବର୍ଣ୍ଣ ରାହୁରେଖା ବାହାର କରି ଆଣିଥାନ୍ତି । ବେହେରଣ ଦ୍ୱାର ନିକଟରେ ଥିବା ଶ୍ରୀମନ୍ଦିର ବଣିଆ ସେବକ ଉକ୍ତ ରାହୁରେଖାକୁ ମାଜି ସଫା କରିଥାନ୍ତି । ଭୋଗମଣ୍ଡପ ନୀତି ପରେ ପାଳିଆ ସେବକ ଓ ଦଇଦାପତି ସେବକମାନେ ଜୟ ବିଜୟ ଦ୍ୱାର ବନ୍ଦ କରି ମହାପ୍ରଭୁଙ୍କୁ ରାହୁ ରେଖା ଲାଗି କରିଥାନ୍ତି । ତେଣୁ ଆଜି ଭୋଗମଣ୍ଡପ ପରେ ରାହୁରେଖା ଲାଗି ଗୁପ୍ତ ନୀତି ଓ ପ୍ରାୟ ୪ ଘଣ୍ଟାରେ ନୀତି ହୋଇଥିବାରୁ ୩ଟାରୁ ରାତି ୮ଟା ଓାରଣ ଦର୍ଶନ ବନ୍ଦ ରହିବ ।