ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀର ରାଜରାସ୍ତାରେ ହଜାର ହଜାର ଶିକ୍ଷକ । ୧୦ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଶିକ୍ଷକ ମହାସଂଘ । ଲୋୟର ପିଏମଜିରେ ଓଡିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଶିକ୍ଷକମାନେ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବାରୁ ପୁଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରତି ଥର ଭଳି ଏଥର ବି ବିଧାନସଭା ଅଧିବେଶନ ଆରମ୍ଭରୁ ଶିକ୍ଷକମାନେ ସ୍କୁଲ ଛାଡି ବିଭିନ୍ନ ଦାବି ନେଇ ଭୁବନେଶ୍ୱରରେ ଡେରା ପକାଇଛନ୍ତି । ସମାନ କାମକୁ ସମାନ ଦରମା, ସପ୍ତମ ବେତନ କମିସନ ସହ ବିଭିନ୍ନ ବ୍ଲକଗ୍ରାଂଟ ପ୍ରାପ୍ତ ସ୍କୁଲକୁ ପୂର୍ଣ୍ଣଅନୁଦାନ ଦାବିରେ ପାଖାପାଖି ୩ ହଜାର ଶିକ୍ଷକ ଧାରଣା ଦେଇଛନ୍ତି । ଏହାସହ ବହୁ ସ୍କୁଲରେ ଶିକ୍ଷକ ପଦବୀ ଖାଲି ପଡିଛି ।
ଫଳରେ ପାଠପଢାରେ ସମସ୍ୟା ସୃଷ୍ଟି ହେଉଥିଲେ ସୁଦ୍ଧା ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । ବହୁ ଶିକ୍ଷକ ୨୦ ବର୍ଷରୁ ଅଧିକ ସମୟ ଧରି କାମ କରୁଥିଲେ ସୁଦ୍ଧା ପୂର୍ଣ୍ଣ ଦରମା ମିଳୁନାହିଁ । ପୂର୍ଣ୍ଣ ଦରମା ସହ ବ୍ଲକଗ୍ରାଂଟ ଉଚ୍ଛେଦ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ।