ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି । ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଦେଲେ ଧାରଣା

123

କନକ ବ୍ୟୁରୋ : ମଦ ଭାଟି ଉଚ୍ଛେଦ ଦାବିରେ ତାତିଲେ ମହିଳା । ଉଚ୍ଚେଦ ପାଇଁ ୭ ଦିନର ମହଲତ ଦେଇଥିଲେ ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ପୁଣି ମଦଭାଟି ଆଗରେ ଧାରଣା ଦେଇଛନ୍ତି ଦେବଗଡ଼ ଥାନା ତିଳେଇବଣି ଫାଣ୍ଡି ନିକଟ ବିନ୍ଦପୁର ଗାଁରେ ଶତାଧିକ ମହିଳା । ମଦ ଭାଟିକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ଦାବିରେ ଅଡି ବସିଛନ୍ତି ମହିଳା ।

ଦେବଗଡ଼ ଥାନା ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଂଚି ମହିଳାଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଆଲୋଚନା ବିଫଳ ରହିଛି । ମହିଳାଙ୍କ ଅଭିଯୋଗ ରହିଛି ମଦ ଭାଟି କାରଣରୁ ଗାଁର ପୁରୁଷ ଲୋକ କାମଧନ୍ଦା ନକରି ନିଶାଶକ୍ତ ହୋଇ ନିଜ ଘର ପରିବାରରେ ଅଶାନ୍ତି ସୃଷ୍ଟି କରୁଛନ୍ତି । ବହୁ ପରିବାର ତଳିତଳାନ୍ତ ହୋଇ ପଡ଼ିଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ମହିଳା ।