୧୦ଦଫା ଦାବି ପୂରଣ ପାଇଁ ଆନ୍ଦୋଳନରେ ଡ୍ରାଇଭର ମହାସଂଘ : ଦୁର୍ଘଟଣାରେ ଡ୍ରାଇଭରଙ୍କ ଜୀବନ ଗଲେ ୧୦ ଲକ୍ଷ, ଗୋଡହାତ ଭାଙ୍ଗିଗଲେ ୫ ଲକ୍ଷ ଟଙ୍କାର ମିଳୁ ସୁବିଧା

163

କନକ ବ୍ୟୁରୋ : ୧୦ଦଫା ଦାବି ପୂରଣ ପାଇଁ ଆନ୍ଦୋଳନରେ ଡ୍ରାଇଭର ମହାସଂଘ । ତାଙ୍କର ଦାବିଗୁଡିକ ହେଲା ଦୁର୍ଘଟଣାରେ ଡ୍ରାଇଭର ମରିଗଲେ ୧୦ ଲକ୍ଷ, ଗୋଡହାତ ଭାଙ୍ଗିଗଲେ ୫ ଲକ୍ଷ ଟଙ୍କା ସୁବିଧା ଯୋଗାଇ ଦିଅନ୍ତୁ । ପିଲାଛୁଆଙ୍କ ପାଠ ପଢିବା ପାଇଁ ସୁବିଧା ମିଳୁ, ପାଠ ପଢିବା ଖର୍ଚ୍ଚ ସରକାର ବହନ କରନ୍ତୁ । ୧୧ଟା ଦାବି ନେଇ ଡ୍ରାଇଭର ମହାସଂଘ ରାଜରାସ୍ତାକୁ ଓହ୍ଲାଇଛି । ଡ୍ରାଇଭର ମହାସଂଘ ଯେତିକି ଘଣ୍ଟା ଖଟୁଛନ୍ତି, ତାର କୌଣସି ସମୟ ସୀମା ନାହିଁ । କେତେ ବେଳେ ୨୪ଘଣ୍ଟା ତ ଆଉ କେତେ ୪୮ଘଣ୍ଟା ଖଟୁଛନ୍ତି । ସମସ୍ତଙ୍କର ସମୟସୀମା ଥିବା ବେଳେ ଡ୍ରାଇଭରମାନଙ୍କର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ । ସରକାରୀ ସ୍ତରରେ ଯେଉଁ ଡ୍ରାଇଭର କାମ କରୁଛନ୍ତି ସେମାନେ କ’ଣ ଅଧିକ କାମ କରୁଛନ୍ତି । ତେଣୁ ସରକାର ଆମର ଦାବି ପୂରଣ କରନ୍ତୁ ।

ଏତେ ସଂଖ୍ୟାରେ ଡ୍ରାଇଭର ଏକାଠି ହୋଇଥିବାରୁ ରାଜଧାନୀରେ ସାଂଘାତିକ ଟ୍ରାଫିକ ଜାମ୍ ପରିସ୍ଥିତ ଉପୁଜିଛି । ଏହା ସହ ଗମନାଗମନ କ୍ଷେତ୍ରରେ ମଧ୍ୟ ପ୍ରଭାବ ପଡ଼ିଛି । ଅକେ ସ୍ଥାନରେ ବସ ଚାଲୁନଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଥିବା ଖବର ମଧ୍ୟ ଆସିଛି । ବଡ଼ କଥା ହେଉଛି ଏତେ ସଂଖ୍ୟାରେ ଆନ୍ଦୋଳନକାରୀ ଲୋକସେବା ଭବନ ଭଳି ପ୍ରତିବନ୍ଧିତ ସ୍ଥାନକୁ କେମିତି ଆସିଲେ ଆଉ ପୋଲିସ କେମିତି ଆଗରୁ ସୂଚନା ପାଇପାରିଲା ନାହିଁ ସେନେଇ ପ୍ରଶ୍ନ ଉଠିଛି । ୧୦ ଦଫା ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଳାଇଛି ସଂଘ ।

ଗତକାଲି ରାତିରୁ ବିଭିନ୍ନ ଜିଲ୍ଲାରୁ ଡ୍ରାଇଭରମାନେ ଭୁବନେଶ୍ୱର ଆସିଥିଲେ । ସୂଚନା ମୁତାବକ, ପୂର୍ବରୁୁ ଡ୍ରାଇଭର ଆସୋସିଏସ୍ ୧୦ ଦଫା ଦାବି ନେଇ ଭୁବନେଶ୍ୱର ପଦଯାତ୍ରା କରିଥିଲା । ବୁଝାସୁଝା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଥଲା ସଂଘ । ପଂଚାୟତ ନିର୍ବାଚନ ପରେ ସେମାନଙ୍କ ଦାବି ଉପରେ ବିଚାର କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ନିର୍ବାଚନ ପରେ ସେମାନଙ୍କ ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ନ ନେବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ସଂଘ ।