ପେଗାସସ ସ୍ପାଏଓୟାର ମାମଲାରେ କଂଗ୍ରେସର ପ୍ରତିବାଦ : ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କଲେ କଂଗ୍ରେସ କର୍ମୀ

64

କନକ ବ୍ୟୁରୋ : ପେଗାସସ ସ୍ପାଏଓୟାର ବିରୋଧରେ ମାଷ୍ଟର କ୍ୟାଂଟିନ ଛକରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବିରୋଧ ପ୍ରଦର୍ଶନ । ବିଜେପି ସରକାର ଇସ୍ରାଏଲ କମ୍ପାନୀ ପେଗାସସ ସ୍ପାଏଓୟାର ମାଧ୍ୟମରେ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ମନ୍ତ୍ରୀ, ସାଂସଦ, ବରିଷ୍ଠ ସାମ୍ବାଦିକ ଓ କଂଗ୍ରେସ ସାଂସଦ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗ ରହିଛି ।

ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି, ସାଂବାଦିକଙ୍କ ମୋବାଇଲ ଫୋନ୍ ଉପରେ ଆଖି ରଖିଛି ଏହି ପେଗାସସ୍ ସ୍ପାଏଓୟାର । ଏହାକୁ ବିରୋଧ କରି ମାଷ୍ଟର କ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତଳିକା ଦାହ କରାଯାଇଛି । ଏହି ବିରୋଧ ପ୍ରଦର୍ଶନରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସର ବରିଷ୍ଠ ନେତା ସାମିଲ ଥିଲେ ।